ପୁନେରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ପୁନେ : ମହାରାଷ୍ଟ୍ର ସ୍ଥିତ ପୁନେ ସହରରେ ପ୍ରବାସୀ ଓଡ଼ିଆଙ୍କ ତରଫରୁ ସ୍ଥାନୀୟ କଳ୍ପତରୁ ହଲ ଠାରେ ଚଳିତ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପାରମ୍ପରିକ ରଙ୍ଗବେରଙ୍ଗର ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଉପସ୍ଥିତ ଓଡ଼ିଆ ପରିବାର ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରିବା ସହିତ ଓଡ଼ିଶାରୁ ଆସିଥିବା ନୂଆ ଧାନର ଭୋଗ ଲଗାଇଥିଲେ । ମହିଳା ମାନେ ପ୍ରାରମ୍ଭିକ ଭଜନ ପରିବେଷଣ କରିବା ସହିତ କୁନି କୁନି ପିଲାମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ଗାନ କରାଯାଇଥିଲା । ଏଥି ସହିତ ବଲାଙ୍ଗିରର ରୁଣୁଝୁଣୁ କଳା ପରିଷଦ ଦ୍ୱାରା ଢୋଲ, ନିଶାନ, ତାଶା ଆଦି ପଞ୍ଚବାଦ୍ୟର ତାଳେ ତାଳେ ଉପସ୍ଥିତ ଜନସାଧାରଣ ଝୁମିଥିଲେ । ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବା ସହିତ ଉପସ୍ଥିତ ଜନସାଧାରଣ ପାରମ୍ପରିକ ସମ୍ବଲପୁରୀ ଓଡ଼ିଆ ଖାଦ୍ୟର ମଜା ନେଇଥିଲେ । ଓଡ଼ିଶା ବାହାରେ ନୂଆଖାଇ ପାଳନ କରିବାରେ ଦିଲ୍ଲୀ ପରେ ପୁନେ ହେଉଛି ଦ୍ଵିତୀୟ ସହର । ଗତ ୨୦୦୭ ମସିହା ଠାରୁ ଲଗାତାର ୧୮ ବର୍ଷ ଧରି ପୁନେର ପ୍ରବାସୀ ଓଡ଼ିଆ ମାନଙ୍କ ପକ୍ଷରୁ ପ୍ରତିବର୍ଷ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ନିବେଦିତା, ବନ୍ଦିତା, ନରେନ୍ଦ୍ର, ଉମାକାନ୍ତ, ବେଣୁଧର, ସ୍ଵାଧୀନ, ନରେନ୍, ପ୍ରତ୍ୟୁଷ, ଶିବାଶିଷ, କ୍ରିଷ୍ଣା, ଦିଲ୍ଲୀପ, ରବି, ସରୋଜ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.