ନୃସିଂହନାଥ ପୀଠରେ ଅନନ୍ତ ବ୍ରତ ଓ ଭାଗବତ ଜନ୍ମ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଥିବା ଭାଗବତତତ୍ୱ ଯୋଗାଶ୍ରମର ତତ୍ୱବଧାରକ ଧର୍ମଚାନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଅନନ୍ତ ବ୍ରତ ଓ ଭାଗବତ ଜନ୍ମ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମେ ଅଖଣ୍ଡ ଦୀପ ପ୍ରଜ୍ୱଳନ ଓ ଭାଗବତ ଜନ୍ମ ଉପଲେକ୍ଷ ପୂର୍ଜାଚ୍ଚନା କରାଯାଇଥିଲା । କର୍ତ୍ତା ଭାବରେ ଗୌରଚନ୍ଦ୍ର ସାହୁ ଓ ଧର୍ମପତ୍ନୀ ରେବତୀ ସାହୁ ପୂଜାରେ ବସିଥିବା ବେଳେ ପୂଜକ ଗୋବିନ୍ଦ ସାହୁ ପୂଜାର୍ଚ୍ଚନା କରିଥିଲେ । ଭାଗବତ ପଠନ କାର୍ଯ୍ୟକ୍ରମକୁ କେଶବ ଲୋଚନ ପ୍ରଧାନ, ହିମାଳୟ ସାହୁ, କେଦାର ବିଶି, ଭୋଜରାଜ ସାହୁ, ହରିଶ୍ଚନ୍ଦ୍ର ସାହୁ, ଆନନ୍ଦ ସାହୁ, ଯଦୁମଣି ନାୟକ, ନବୀନ ସାହୁ, ଅନନ୍ତ ସାହୁ, ଆନନ୍ଦିନୀ ସାହୁ, ଜୟନ୍ତ ଧରୁଆ, ଭଲାବତୀ ସାହୁ, ଗୋବର୍ଦ୍ଧନ ସାହୁ, ରେଣୁ ସାହୁ ପ୍ରମୁଖ ଭାଗବତ ପଠନ କାର୍ଯ୍ୟକ୍ରମକୁ ବହୁ ସୁନ୍ଦର ସୁଳନିତ କଣ୍ଠରେ ଗାନ କରିଥିଲେ । ଭାଗବତ ତତ୍ୱ ଯୋଗାଶ୍ରମରେ ଶ୍ରଦ୍ଧାଳୁମାନଙ୍କ ପାଇଁ ୨ ଦିନ ଧରି ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଥିଲା । ନୃସିଂହ ଭଗବତ ତତ୍ୱ ଯୋଗାଶ୍ରମ ଭାଗବତ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା । ସମାଜରେ ଏକ ଶାନ୍ତିର ବାର୍ତ୍ତାବହ ପ୍ରଦାନ କରିବା ଲକ୍ଷ୍ୟରେ ଅଖଣ୍ଡ ଭାଗବତ ପଠନ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମାପନ କରାଯାଇଥିଲା ।

Leave A Reply

Your email address will not be published.