ବିଜେପି ଗଞ୍ଜାମ ଜିଲ୍ଲା-ସଭାପତି ଡା. ସୁବାଷ ଚନ୍ଦ୍ର ସାହୁଙ୍କ ଇସ୍ତଫା ପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଜେପି ଗଞ୍ଜାମ ଜିଲ୍ଲା-ସଭାପତି ଡା. ସୁବାଷ ଚନ୍ଦ୍ର ସାହୁ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ଦଳୀୟ ହାଇକମାଣ୍ଡଙ୍କୁ ତାଙ୍କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ବୋଲି ଜଣାଯାଏ । ଶ୍ରୀ ସାହୁ ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲାରେ ବିଜେପି ଦଳୀୟ ସଂଗଠନକୁ ମଜବୁତ୍ କରିବା ଲାଗି ଆପ୍ରାଣ ଉଦ୍ୟମ ଜାରୀ ରଖି ଆସିଥିଲେ । ଗତ କିଛି ଦିନ ହେଲା ତାଙ୍କରି ଏକ ଭିଜୁଆଲ୍ ଭାଇରାଲକୁ ନେଇ ସବୁଆଡେ ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଯାହାକି, ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ସେ ଗତ ସାଧାରଣ ନିର୍ବାଚନ -୨୦୨୪ରେ ବିଜୁ ଜନତା ଦଳ ପକ୍ଷକୁ କୌଣସି ମାତ୍ରାରେ ଉତ୍କୋଚ ନେଇ ସହଯୋଗର ହାତ ବଢ଼ାଇଥିବାର ସୂଚନା ପାଇଥିବା କୁହାଯାଉଛି । ଯାହାକି, ଏକ ନିର୍ଭରଶୀଳ ବ୍ୟକ୍ତିଙ୍କ ଠାରୁ ବିଜେପି ଦଳୀୟ କର୍ମକର୍ତ୍ତାଙ୍କ ଠାରେ ଅଭିଯୋଗ ହୋଇଥିବା ଅଭିଯୋଗ ହୋଇଛି । ଏକଦା ଗୋପାଳପୁର ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାଁରେ ଭିତରି ବିରୋଧ କରି ଆସୁଥିଲେ, ବୋଲି କୁହାଯାଉଛି । ଯାହା ଏବେ ଭାଇରାଲରେ କଥାଟା ପଦାରେ ପଡିଯାଇଛି । ଏହାକୁ ନେଇ ବିଜେପି ଗଞ୍ଜାମ ଜିଲ୍ଲା-ସଭାପତି ଡା. ସୁବାଷ ଚନ୍ଦ୍ର ସାହୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି, ବୋଲି ସାଧାରଣରେ କୁହାଯାଏ ।

Leave A Reply

Your email address will not be published.