ଛତ୍ରପୁରରେ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବ ଅଗଣିତ ଦର୍ଶକଙ୍କ ଉଦ୍ଦେଶ୍ୟରେ ବ୍ୟବସ୍ଥିତ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ମଙ୍ଗଳବାର ଜସ୍ଵସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଭୁବନେଶ୍ୱର ଠାରେ ପଦାର୍ପଣ ଏବଂ ତାଙ୍କରି କର-କମଳରେ ଆନୁଷ୍ଠାନିକ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବକୁ ସାଧାରଣରେ ଉପଭୋଗ କରିବା ନିମନ୍ତେ ଛତ୍ରପୁର ସ୍ଥିତ ଅନସ୍ଲୋ ମିନି-ଷ୍ଟାଡିୟମ୍‌ ପରିସରରେ ବ୍ୟବସ୍ଥିତ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ଉନ୍ନୟନ ପ୍ରକଳ୍ପ ମୁଖ୍ୟ ଅଧିକାରୀ ମଧୁମିତା, ଛତ୍ରପୁର ନଗରପାଳିକା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କୀରଣ କୁମାରୀ ଦାସ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପି. ଆର୍. ମେମ୍ବର ପ୍ରମୁଖ ଯୋଗ ଦେଇଥିଲେ । ଆଞ୍ଚଳିକସ୍ତରୀୟ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବ୍ୟବସ୍ଥିତ ଏହି କାର୍ଯ୍ୟକ୍ରମକୁ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ଅତିଥି, ସ୍ଥାନୀୟ ଜନତା ଦେଖିବାର ସୁଯୋଗ ପାଇଥିଲେ ।

Leave A Reply

Your email address will not be published.