ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକଆଉଟ ଫୁଟବଲ ସପ୍ତମ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ୧୩ ଗୋଟି ପଡିଆରେ ୧୩ଟି ଖେଳ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ମିନି ଷ୍ଟାଡିୟମରେ ମନହିରା ୨-୧ ଗୋଲରେ ଅମାମୁଣ୍ଡାକୁ ହରାଇଛି । ହଲଦି ପଡିଆରେ ଇବିଏଫ୍‌ଏ ହଲଦି ଟ୍ରାଇବ୍ରେକର ୩-୨ ଗୋଲରେ ତୁର୍ଲାକୁ ହରାଇଛି । ମୁରିବାହାଲ ପଡିଆରେ ଏନ୍‌.ଏସ୍‌.ଏଫ୍‌.ସି ଘୁଷୁରାମୁଣ୍ଡା ୩-୧ ଗୋଲରେ ଜେଏଫ୍‌ଟି ଘୁଷୁରାମୁଣ୍ଡାକୁ ହରାଇଛି । ସିଟି ସ୍କୁଲ ଟିଟିଲାଗଡ ପଡିଆରେ ରାଇଜିଂ ଷ୍ଟାର ଟିଟିଲାଗଡ ଟ୍ରାଇବ୍ରେକର ୪-୩ ଗୋଲରେ ଗୁଲମିକୁ ହରାଇଛି । ଖୋଲାନ ପଡିଆରେ କୁରସୁଡ ୨-୧ ଗୋଲରେ ନାରେନକୁ ହରାଇଛି । ଜରାସିଂହା ମିନି ଷ୍ଟାଡିୟମରେ ବିଏନ୍‌ଏଏ ଜରାସିଂହା ୧-୦ ଗୋଲରେ ତୁଷୁରାକୁ ହରାଇଛି । ଟିକ୍ରାପଡା ପଡିଆରେ ଏସ୍‌ଏସ୍‌ଏଫଏ ଟିକ୍ରାପଡା ୫-୧ ଗୋଲରେ ନାରିକଟାକୁ ହରାଇଛି । ଖୁଜେନପାଲି ପଡିଆରେ ସ୍ପୋଷ୍ଟ ହଷ୍ଟେଲ ବଲାଙ୍ଗିର ୩-୦ ଗୋଲରେ ଜେଏସ୍‌ସି ଖଲିଆପାଲିକୁ ହରାଇଛି । ବଙ୍ଗୋମୁଣ୍ଡା ମିନି ଷ୍ଟାଡିୟମରେ ସିନ୍ଧେକେଲା ୩-୦ ଗୋଲରେ ସାନମୁଲାକୁ ହରାଇଛି । ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ ରିଜର୍ଭ ପୋଲିସ ୨-୧ ଗୋଲରେ ଜେକେୱାଇଏସ୍‌ କାଲସାଏପାଲିକୁ ହରାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ଢୁଲୁସର ୩-୧ ଗୋଲରେ ଲୁଚକିବନ୍ଧକୁ ହରାଇଛି । ପାଟଣାଗଡ ହାଇସ୍କୁଲ ପଡିଆରେ ନକଟାସର ୩-୦ ଗୋଲରେ ସୁନାମୁଦିକୁ ହରାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିରେ କୁଶମେଲ ୩-୨ ଗୋଲରେ ଇଲେଭେନ ଷ୍ଟାର ଆଗଲପୁରକୁ ହରାଇଛି । ଅତିଥି ଭାବେ ବ୍ରାଞ୍ଚ ମ୍ୟାନେଜର ଏସ୍‌ବିଆଇ ଲୋଇସିଂହା ସତ୍ୟଜିତ ଭୋଇ, ପ୍ରଧାନ ଶିକ୍ଷକ ମାଲେଶିରା ପୁରୁଷୋତ୍ତମ ବାଗ, ପ୍ରଧାନ ଶିକ୍ଷକ ହଲଦି ଉମେଶ ଚନ୍ଦ୍ର ବିଶ୍ୱାଲ, ମୁରିବାହାଲ ବିଡିଓ ପୂର୍ଣ୍ଣନନ୍ଦ ପୁଟେଲ, ତହସିଲଦାର ଜଗିଦାଶ କାରଥାକି, ସରକାରୀ ମହିଳା ମହାବିଦ୍ୟାଳୟ ଟିଟିଲାଗଡ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନି, କ୍ରୀଡା ସଂସଦ ସଦସ୍ୟ ତଥା ସରପଂଚ ନରେଶ ଅଗ୍ରୱାଲ, ଦେଓଗାଁ ତହସିଲଦାର ବିକ୍ରମ କେଶରି ନାୟକ, ସଂସଦର ସଦସ୍ୟ କୈଳାସ କର୍ତ୍ତି, ପୂର୍ବତନ ଖେଳାଳି ଅରବିନ୍ଦ ସୁପକାର, ଭକ୍ତ ପଶାୟତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ସୁଦାମ ପାଣିଗ୍ରାହୀ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ପୂର୍ବତନ ଖେଳାଳି ଲୋକନାଥ ନେପାକ, ସମିତି ସଭ୍ୟା ପୁଷ୍ପାଞ୍ଜଳି ମହାଲିଙ୍ଗ, ନରେଶ ଅଗ୍ରୱାଲ, ଅରୁଣ ପଟେଲ, ସନ୍ତୋଷ ବ୍ରହ୍ମା, ଆଦିତ୍ୟ ପଟ୍ଟନାୟକ, ପ୍ରଦୀପ ମହାରଣା, ଗରୁଡଧ୍ୱଜ ସାଏ ପ୍ରମୁଖ ଯୋଗ ଦେଇଥିଲେ । ଖେଳକୁ ଅଞ୍ଜନ ବେସ୍ରା, ମହେଶ ତ୍ରିପାଠି, ପ୍ରଦୀପ ବଗର୍ତ୍ତି, ରୋଶନ ମେହେର, ଗୋପାଲ ପ୍ରଧାନ, ଆଶିର୍ବାଦ ସା, ପ୍ରତାପ ଭୁକ୍ତା, ଅଶ୍ୱିନୀ ଭୁକ୍ତା, ପାଣ୍ଡବ ବିଶି, ମୋହନ ପ୍ରଧାନୀ, ଲବ ସୁନାନି, ପ୍ରିତମ ନାଏକ, ବିନୋଦ ପ୍ରଧାନି, ଧବଳେଶ୍ୱର ଦଳବେହେରା, ଶ୍ରୀବତ୍ସ ବେହେରା, ଗଣେଷ ଭୋଇ, ଭୁଜ ଭୋଇ, ସାନ ଭୋଇ, ମଳୟ ଘିବେଲା, କୁଶଦେବ ଆଡଜୁଏଡ, ଗୋପାଳ ଘିଭେଲା, ଯଶୋବନ୍ତ ମାଝୀ, ବିଶାଲ ଜେନା, ଶ୍ରୀବତ୍ସ ମେହେର, କୁନ୍ତେ ମେହେର, ପ୍ରଶାନ୍ତ ଥନାପତି, ଲକ୍ଷ୍ମୀଧର ମହାନ୍ତି, ବିବତ୍ସ ମାଝୀ, ବୈଷ୍ଣବ ତାଣ୍ଡି, ନିତେଶ ମାଝୀ, ସୀତାକାନ୍ତ ମାଝୀ, ସୁଦୟ ବାରିକ, ଖଲିଉର ରହେମାନ, ବାଦଲ ରାଉତ, ଦୁଷ୍ମନ୍ତ ସାହୁ, ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଡିସାମ୍ବର ଭୋଇ, ଦେବାଶିଷ ବାଗ, ସଞ୍ଜନ କୁଦେଇ, ଏନ୍‌ଏସ୍‌ ନାଇଡୁ, ରାଜକିଶୋର ପାଣିଗ୍ରାହୀ, ଜଳନ୍ଧର ସାହୁ, ପୁରୁଷୋତ୍ତମ ବୁଡେକ, ମଣ୍ଟୁ ବେହେରା, ଜ୍ୟୋତି ମହାନନ୍ଦ, ଦିପକ ରାଜହଂସ, ରାଜେନ୍ଦ୍ର ସେଠ, ବିକି ବିଶି, ଚୈତନ୍ୟ ସାହୁ, ନିଶାର କାନ୍ତ ନାଗ, ସଂଜିବ ମହାରଣା, ସୁରେଶ ନାଏକ ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । ଟାଉନ ହାଇସ୍କୁଲ ପଡିଆରେ ସଂସଦର ଉପ ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରୀଡା ସଂସଦ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଚୟନ କମିଟି ସଦସ୍ୟ ଶ୍ରୀକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.