csstore

ମହାବିଦ୍ୟାଳୟ ସ୍ତରୀୟ ସୁଭଦ୍ରା ଯୋଜନା ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ବଙ୍ଗୋମୁଣ୍ଡାରେ ଓଡିଶା ସରକାରଙ୍କର ମହାବିଦ୍ୟାଳୟ ସ୍ତରୀୟ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଶୋଭେନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ସୁଭଦ୍ରା ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆଜି ସରକାରଙ୍କ ନିର୍ଦ୍ଦେଶ ମୁତାବକ ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଯାଇଛି । ବକୃତା ପ୍ରତିଯୋଗିତା, ଚିତ୍ରକଳା ପ୍ରତିଯୋଗିତା, ରଚନା ପ୍ରତିଯୋଗିତା, ରଙ୍ଗୋଲି ପ୍ରତିଯୋଗିତା, ଫଟୋଗ୍ରାଫି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଅଛି । ପ୍ରକାଶ ଥାଉକି ଏ ସମସ୍ତ ପ୍ରତିଯୋଗିତା ସୁଭଦ୍ରା ଯୋଜନା ଉପରେ ଆଧାରିତ । ଏହି ଅବସରରେ ବିଚାରକ ଭାବରେ ଅଧ୍ୟାପକ ଆଲୋକ କୁମାର ରଥ, ନଟବର ବେହେରା, ଡିଲେଶ୍ୱର ନିଆଲ, ଭାଷ୍କର ମେହେର ନିଯୁକ୍ତି ହୋଇଥିବା ବେଳେ ଅଧ୍ୟାପକ ଗିରିଶ ଚନ୍ଦ୍ର ଧୁବଲ, ଜୟନ୍ତୀ ଖୁଣ୍ଟିଆ, ରାମକୃଷ୍ଣ ବାଗ, ରଂଜିତ କୁମାର ସଗରିଆ, ଲୋକନାଥ ମେହେର, ଭୁଷଣ ଚନ୍ଦ୍ର ମେହେର, ଜୟପ୍ରକାଶ ମେହେର, ଜୟପ୍ରକାଶ ସାହୁ, କ୍ଷୀରସିନ୍ଧୁ ରଣା, ରୋହିଣୀ ପ୍ରଧାନୀ, ଦେବରାଜ ମେହେର, ସୁବର୍ଣ୍ଣ ସେନ୍ଦ୍ରୀଆ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳିଭୂତ କରିଥିଲେ ।

jayashree
Leave A Reply

Your email address will not be published.