ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକ୍‌ ଆଉଟ ଫୁଟବଲ ଚତୁର୍ଥ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ସିନିୟର ନକଆଉଟ ଫୁଟବଲ ୧୬ ଗୋଟି ପଡିଆରେ ୧୭ଟି ଖେଳ ହୋଇଯାଇଛି । ସୁଜିଆ ପଡିଆରେ ଗେର୍ଡି ଟ୍ରାଇବ୍ରେକର ୪-୩ ଗୋଲରେ ୱଏସ୍‌ ସୁଜିଆକୁ ହରାଇଛି । ଲୋଇସିଂହା ମିନି ଷ୍ଟାଡିୟମରେ ଅମାମୁଣ୍ଡା ୮-୨ ଗୋଲରେ ହରଭଙ୍ଗାକୁ ହରାଇଛି । ହଲଦି ପଡିଆରେ ଦେସିଲ ୧-୦ ଗୋଲରେ ଡୁଡୁକାପଡାକୁ ହରାଇଛି । ମିଶନ ପଡିଆରେ ମାଣିକେଶ୍ୱରୀ କନ୍ଧପାଲି ଟ୍ରାଇବ୍ରେକର ୨-୧ ଗୋଲରେ ଏନ୍‌ଏସ୍‌ ସ୍ପୋଟିଂକୁ ହରାଇଛି । ମୁରିବାହାଲ ପଡିଆରେ ଏନ୍‌ଏସ୍‌ସିଏଫ୍‌ ଘୁଷୁରାମୁଣ୍ଡା ୪-୦ ଗୋଲରେ ଚାନ୍ଦୋତରାକୁ ହରାଇଛି । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ବିଆରୱାଇସି ବଡମାଲ ୧-୦ ଗୋଲରେ ସହିଦ ଜିମନାସିୟମକୁ ହରାଇଛି । ଖୋଲାନ ପଡିଆରେ ମହଗାଁ ୪-୦ ଗୋଲରେ ଲେବଡାକୁ ହରାଇଛି । ଜରାସିଂହା ମିନି ଷ୍ଟାଡିୟମରେ ଜରାସିଂହା ୨-୧ ଗୋଲରେ ବର୍ଲାକୁ ଓ ମହିପୁର ୩-୦ ଗୋଲରେ ଘୁଚେପାଲିକୁ ହରାଇଛି । ଟିକ୍ରାପଡା ପଡିଆରେ ଟିକ୍ରାପଡା ୪-୦ ଗୋଲରେ ମାକ୍ରିକୁ ହରାଇଛି । ଖୁଜେନପାଲି ପଡିଆରେ ଜେଏସ୍‌ସି ଖଲିଆପାଲି ଟ୍ରାଇବ୍ରେକର ୫-୪ ଗୋଲରେ ସୁଦପଡା ଏଫ୍‌ସିକୁ ହରାଇଛି । କଣ୍ଟାବାଞ୍ଜି ରେଲୱେ ପଡିଆରେ କୋଷ୍ଟାଲ ଇଲେଭେନ ୨-୦ ଗୋଲରେ ଚଟୁଅନକା ଏଫ୍‌ସିକୁ ହରାଇଛି । ବଙ୍ଗୋମୁଣ୍ଡା ମିନି ଷ୍ଟାଡିୟମରେ ବଙ୍ଗୋମୁଣ୍ଡା ୨-୦ ଗୋଲରେ ମମିଆଁକୁ ହରାଇଛି । ଟାଉନ ହାଇସ୍କୁଲ ପଡିଆରେ ଜେକେୱାଇଏସ୍‌ କାଲସାଏପାଲି ୩-୧ ଗୋଲରେ ମୁରସିଂକୁ ହରାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ନବଜ୍ୟୋତି ଚୁଡାପାଲି ୨-୦ ଗୋଲରେ ରାମଚନ୍ଦ୍ରପୁରକୁ ହରାଇଛି । ପାଟଣାଗଡ ହାଇସ୍କୁଲ ପଡିଆରେ ରୁଗୁଡିମୁଣ୍ଡା ଟ୍ରାଇବ୍ରେକର ୪-୩ ଗୋଲରେ ବେଲପଡାକୁ ହରାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଇଲେଭେନ ଷ୍ଟାର ଆଗଲପୁର ୨-୦ ଗୋଲରେ ସରକାରୀ ଆଇଟିଆଇ ବଲାଙ୍ଗିରକୁ ହରାଇଛି । ଅତିଥି ଭାବେ ବିଏଫ୍‌ଏ ସଭାପତି ଶଶିଶେଖର ପଣ୍ଡା, ଶୁଭ୍ରାଂଶୁ ଶେଖର ଅମାତ, ରବିଚନ୍ଦ୍ର ସୁନା, ନବିନ ଚନ୍ଦ୍ର ଲୁହାର, ଶାନ୍ତନୁ ହନୁମାନ, କିଶୋର ଚନ୍ଦ୍ର ମହାନ୍ତି, ତାରିଣୀସେନ ଭୋଇ, ସେମନ୍ତ ବାଗ, ଲକ୍ଷ୍ମଣ ମେହେର, ଅରୁଣ ଭୋଇ, ତ୍ରିନାଥ ସିଂ, ନବିନ ବାରିକ, ସଂସଦର ଶତୃଘନ ସିଂ, ବିଭୁତିଭୂଷଣ ପଣ୍ଡା, ସଂଗ୍ରାମ ବହିଦାର,ସୁରେନ୍ଦ୍ର ଭୋଇ, ଡଃ. ଚୈାଧୁରୀ, ରବିନ୍ଦ୍ର ସେନାପତି, ଟିକୁ ମହାନ୍ତି, ବିରେନ୍ଦ୍ର ସୁନା, ଶ୍ରୀଧର ସେଠ, ନିରାକାର ସ୍ୱାଇଁ, ଶ୍ରୀବତ୍ସ କୁମୁରା, ରାମକୁମାର କୁମୁରା, ଟୁନା ରାଜପଲିଆ, ପ୍ରମୋଦ ପଶାୟତ, ଅରବିନ୍ଦ ସୁପକାର ତଥା ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଯୋଗ ଦେଇଥିଲେ । ଖେଳକୁ ଜ୍ୟୋର୍ତିମୟ ରାଉତ, କରୁଣାକର ପ୍ରଧାନ, ଦାମ୍ବୋଦର ପ୍ରଧାନ, ବଲ୍ଲଭ ପ୍ରଧାନ, ଅଞ୍ଜନ ବେସ୍ରା, ପ୍ରଦୀପ ବଗର୍ତ୍ତି, ମହେଶ ତ୍ରିପାଠୀ, ଗୋପାଲ ପ୍ରଧାନ, ପାଣ୍ଡବ ବିଶି, ପ୍ରତାପ ଭୁକ୍ତା, ରିଙ୍କୁ ବିଶି, ଜଗିବାନ ପ୍ରଧାନ, ଅବଦୁଲ ମୁଜିବ, ଉମେଶ ଭୋଇ, ଜିତୁ ଦଲାଇ, ହୃଷିକେଶ ସାଏ, ଯୁବରାଜ ଭୋଇ, ଭୁଜ ଭୋଇ, ସାନ ଭୋଇ, ଗଣେଷ ଭୋଇ, ଶ୍ରୀବତ୍ସ ବେହେରା, ଲବ ସୁନାନି, ରାଜେଶ ସ୍ୱାଇଁ, ଯଶୋବନ୍ତ ମାଝୀ, ବିନୋଦ ପ୍ରଧାନୀ, ମଳୟ ଘିଭେଲା, ଗୋପାଲ ଘିଭେଲା, ପ୍ରମୋଦ ରଣା, ସନ୍ୟାସି ନାଏକ, ଶ୍ରୀବତ୍ସ ମେହେର, ଲକ୍ଷ୍ମୀଧର ମହାନ୍ତି, ପ୍ରଶାନ୍ତ ଥନାପତି, କୁନ୍ତେ ମେହେର, ସଞ୍ଜନ କୁଦେଇ, ବିବଚ୍ଛ ମାଝୀ, ବୈଷ୍ଣବ ତାଣ୍ଡି, ଅକ୍ଷୟ ମାଝୀ, ସୀତାକାନ୍ତ ମାଝୀ, ପ୍ରଫୁଲ୍ଲ ବଗର୍ତ୍ତି, ଖଲିଲଉର ରହମାନ, ସୁଦୟ ବାରିକ, ଲିପୁନ ସାହୁ, ଉପେନ୍ଦ୍ର ଚନ୍ଦନ, ଉମେଶ ଧରୁଆ, ଗୌରହରି ପୁଟେଲ, ରାଜେନ୍ଦ୍ର ଧରୁଆ, ଶେଶାଙ୍କ ଦାଶ ଯାଦବ, ଦୁଷ୍ମନ୍ତ ସାହୁ, ବୁଲୁ ମାଝୀ, ଡିସେମ୍ବର ଭୋଇ, ଦୁଷ୍ମନ୍ତ ବେହେରା, ଜଳନ୍ଧର ସାହୁ, ଏନ୍‌ଏସ୍‌ ନାଇଡୁ, ସଚ୍ଚିଦାନନ୍ଦ ସାହୁ, ରାଜକିଶୋର ପାଣିଗ୍ରାହୀ, ପୁରୁଷୋତ୍ତମ ବୁଡେକ, ବୈକୁଣ୍ଠ ଜେନା, ଜ୍ୟୋତି ମହାନନ୍ଦ, ଶରତ କୁମାର ନନ୍ଦ, ତ୍ରିନାଥ ଚନ୍ଦନ, ରାଜେନ୍ଦ୍ର ସେଠ, ଚୈତନ୍ୟ ସାହୁ, ଖୁସିରାମ ମଲ୍ଲିକ, ସଞ୍ଜିବ ମହାରଣା, ସୁଦର୍ଶନ ସେଠ, ସୁରେଶ ନାଏକ ଓ ସୁଧାଂଶୁ ସେଠ ରେଫରି ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.