କୋଶଳ ପ୍ରବାହରେ ଖବର ପ୍ରସାରଣ ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଫା ହେଲା ସରକାରୀ ଡାକ୍ତରଖାନା ଗେଟ୍‌ ସାମ୍ନାରେ ପଡ଼ିଥିବା ଗଛ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛିଦିନ ତଳେ ବର୍ଷା ଯୋଗୁଁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାର ଗେଟ୍‌ ପାଖରେ ଥିବା ଗଛ ପଡି ରାସ୍ତା ବନ୍ଦ ହୋଇଯାଇଥିଲା । କୋଶଳ ପ୍ରବାହରେ ଖବର ପ୍ରସାରଣ ହେବା ପରେ ଆଜି ଉପଜିଲ୍ଲାପାଳ ରେହାନ ଖେତ୍ରି ଟିଟିଲାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଯଥାଶୀଘ୍ର ରାସ୍ତା ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳ ସ୍ୱରୂପ ସନ୍ଧ୍ୟା ସମୟରେ ପୌର ପରିଷଦର ସଫେଇ କର୍ମଚାରୀ ଆସି ସରକାରୀ ଡ଼ାକ୍ତରଖାନା ଭିତର ପଟୁ ସବୁ ଗଛର ଡାଳ ସଫା କରି ଟ୍ରାକ୍ଟର ଯୋଗେ ନେଉଥିବା ଦେଖିବାକୁ ମିଳିଛି । କାଲି ସକାଳୁ ଗଛର ବଡ ବଡ ଗଣ୍ଡି ନେବେ ବୋଲି ଜଣାପଡିଛି । ଏହି ପଦକ୍ଷେପ ଗ୍ରହଣ କରିବା ଯୋଗୁଁ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ଖେତ୍ରିଙ୍କୁ ସମାଜସେବୀ ତଥା ସାଧାରଣ ନାଗରିକ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.