csstore

ପଦ୍ମପୁର ମହାବିଦ୍ୟାଳୟରେ ବିଶ୍ଵ ଭାତୃତ୍ୱ ଦିବସ ଉପରେ ଆଲୋଚନା ଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ବିଶ୍ଵ ଭାତୃତ୍ୱ ଦିବସ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା ସଭାର ଉଦ୍ଦେଶ୍ୟ ଜ୍ଞାପନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହା ପରେ ମୁଖ୍ୟ ଅତିଥି ଉମେଶ ଚନ୍ଦ୍ର ପଣ୍ଡା ନିଜ ଅଭିଭାଷଣରେ ଭଗବତ ଗୀତାର ସ୍ଲୋକ, ବେଦାନ୍ତ, କର୍ମ ଯୋଗ, ଧର୍ମ ଯୋଗ ଇତ୍ୟାଦିର ଉଦାହରଣ ଦେଇ କିପରି ଗୋଟିଏ ଶିଶୁ ନିଜ ପାଖରେ ଥିବା ଅନ୍ତର୍ନିହିତ ଗୁନବଳୀକୁ ଚିହ୍ନି ପାରିବ ସେହି ଦିଗରେ ମାର୍ଗଦର୍ଶନ କରିଥିଲେ । ସେ ନିଜ ଭାଷଣରେ ସ୍ଵାମୀ ବିବେକାନନ୍ଦ ଏବଂ ଶଙ୍କରାଚାର୍ଯ୍ୟଙ୍କ ନୀତିବାଣୀ ଉପରେ ମଧ୍ୟ ବର୍ଣ୍ଣନା କରିଥିଲେ । ଏହା ପରେ କଲେଜ୍‌ର ଇଂରାଜୀ ପ୍ରାଧ୍ୟାପକ ଖଗେଶ୍ୱର ଦାସ ନିଜ ଅଭିଭାଷଣରେ ବିବେକାନନ୍ଦଙ୍କ କେତେକ ସ୍ମରଣୀୟ କୃତିତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ଆଇ. କ୍ୟୁ. ଏ. ସି. ର ସଂଯୋଜକ ନବକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାର ସଂଯୋଜନା କରିଥିଲେ ଓଡ଼ିଆ ବିଭାଗର ମୁଖ୍ୟ ଡ. ସରୋଜ କୁମାର ନାଏକ । ଏହି ସଭାରେ ଡ. ତୁଷାରକାନ୍ତ ସାହୁ, ଡ. ପ୍ରଦୀପ କୁମାର ପଣ୍ଡା, ସଞ୍ଜୟ ତିଗା, ଭୁବନେଶ୍ଵର ବରିହା, ପ୍ରଶାନ୍ତ ସିଦାର, ଶ୍ରୀମତୀ ଶର୍ମିଲା ପଣ୍ଡା, ଶ୍ରୀମତୀ ମୋନାଲିସା ସ୍ୱାଇଁ, ଡ. ମାମତମୟୀ ଗୁରୁ, ସୁରେଶ୍ୱରି ପାଣ୍ଡେ, ସସ୍ମିତା ମେହେରଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.