ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି : ବୃଦ୍ଧିକୁ ଏଚ୍‌.ଏମ୍‌.ଏସ୍‌.ର ସ୍ୱାଗତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ହିନ୍ଦ୍‌ ମଜଦୁର ସଭା (ଏଚ.ଏମ.ଏସ୍‌) ରାଜ୍ୟ ଉପ ସଭାପତି ରବି ରଥ ସ୍ୱାଗତ ସହ କୃତଜ୍ଞତା ଜଣାଇଛନ୍ତି । ଦେଶର ବିକାଶ ପାଇଁ ନିର୍ମାଣ ଶ୍ରମିକମାନଙ୍କ ଶ୍ରମଦାନ ଅପରିହାର୍ଯ୍ୟ । ପୂର୍ବରୁ ଦିଆଯାଉଥିବା ଅର୍ଥକୁ ବୃଦ୍ଧି କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇ ଥିବାରୁ ଶ୍ରୀ ରଥ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ବର୍ଦ୍ଧିତ ସହାୟତା ରାଶି ନିର୍ମାଣ ଶ୍ରମିକଙ୍କ କ୍ଷେତ୍ରରେ ବେଶ୍‌ ସହାୟକ ହୋଇପାରିବ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.