ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍‌ର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ଡ. ସୁମନ ଦତ୍ତଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ତ୍ରିଲୋକନାଥ ପାଣ୍ଡେଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୁରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଆଇନ ମହାବିଦ୍ୟାଳୟର ୫୦ତମ ପୂର୍ତ୍ତି ଉପଲକ୍ଷେ ସୂବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆଲୁମିନି ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମ୍ଭବତଃ ଏହି କାର୍ଯ୍ୟକ୍ରମ ଚଳିତ ବର୍ଷର ଶେଷ ସପ୍ତାହ କିମ୍ବା ନୂଆବର୍ଷର ପ୍ରଥମ ସପ୍ତାହରେ ପାଳନ କରାଯିବ ବୋଲି ସ୍ଥିର କରାଯାଇଛି । ଏଥିରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କଟକ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଯୋଗଦେବାକୁ ଅନୁରୋଧ କରାଯିବ ବୋଲି ସ୍ଥିର କରାଯାଇଛି । ସେହିପରି ବହୁସଂଖ୍ୟାରେ ଆଲୁମିନି ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ଓ ପରବର୍ତ୍ତୀ ସମୟରେ ଅନ୍ୟଏକ ବୈଠକ କରି ବିସ୍ତ୍ରୁତ ଆଲୋଚନା ପାଇଁ ସ୍ଥିର କରାଗଲା । ଏହି ବୈଠକରେ ଉପସଭାପତି ବବିତା ମହାପାତ୍ର, କାର୍ଯ୍ୟକାରୀ କମିଟିର ସଦସ୍ୟ ପଶୁପତିନାଥ ଚାଟାର୍ଜୀ, ମନୋରଞ୍ଜନ ଦାଶ, ଆରତୀ ଚୌଧୁରୀ, ଡ. ପ୍ରଜ୍ଞା ପରମିତା ପଣ୍ଡା, ସୁଦାମ ଦାଶ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ମୁଖପାତ୍ର କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.