ସି. ପି. ଆଇ. ଏମ୍ ସାଧାରଣ ସମ୍ପାଦକ ସିତାରାମ ୟେଚୁରୀଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ମାର୍କସବାଦୀ ଜନନାୟକ, ବାମପନ୍ଥୀ ନେତା, ସି. ପି. ଆଇ. ଏମ୍ ସାଧାରଣ ସମ୍ପାଦକ, ପୂର୍ବତନ ସାଂସଦ ସୀତାରାମ ୟେଚୁରୀ(୭୨)ଙ୍କ ଆଜି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ସେ ନିମୋନିଆରେ ଆକ୍ରାନ୍ତ ହୋଇ ଗତ ଅଗଷ୍ଟ ୧୯ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ଏବଂ ଗତ କିଛିଦିନ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ଚିକିତ୍ସିତ ହୋଇଥିବା ସମୟରେ ଆଜି ଅପରାହ୍ନ ୩.୦୫ ଘଂଟା ସମୟରେ ଦେହାନ୍ତ ହୋଇଯାଇଥିବା ଏମ୍ସ ପକ୍ଷରୁ ପ୍ରେସ୍‌ ବିବୃତିରେ କୁହାଯାଇଛି । କମ୍ରେଡ ସିତାରାମ ୟେଚୁରୀଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବାପରେ ସି. ପି. ଆଇ. ଏମ୍ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବରିଷ୍ଠ ସଂପାଦକ ମଣ୍ଡଳୀ ସଦସ୍ୟ ଦଳୀୟ ଜିଲ୍ଲା କାର୍ଯ୍ୟାଳୟ ଏ. କେ. ଜି ଭବନ, ଶକ୍ତିନଗର ଠାରେ ପହଞ୍ଚିଥିଲେ । ସି. ପି. ଆଇ. ଏମ୍. ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, ଜିଲ୍ଲା ସଂପାଦକ ପ୍ରମୋଦ ସାମଲ, ସଂପା ଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲାବେଳେ ଜାହାଙ୍ଗୀର ଅଲ୍ଲୀଙ୍କ ସଭାପତିତ୍ୱରେ ଶୋକ ଅନୁଷ୍ଠିତ ହୋଇଥିଲା । କମ୍ରେଡ୍ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗ ସମଗ୍ର ଶ୍ରମଜୀବୀ ମଣିଷ ଓ ଗଣତାନ୍ତ୍ରିକ ଆନ୍ଦୋଳନ ପାଇଁ ଏକ ଶକ୍ତ ଧକ୍କା ବୋଲି ପ୍ରକାଶ କରିଥିଲେ । ଆସନ୍ତା ଶନିବାର ୧୪ ସେପ୍ଟେମ୍ବର ଅପରାହ୍ନ ୪ଟା ସମୟରେ ସୀତାରାମ ୟେଚୁରୀଙ୍କ ସ୍ମରଣେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଭଞ୍ଜ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ରାଜନୈତିକ ଦଳ, ସାମାଜିକ ଓ ସାଂସ୍କୃତିକ ସଂଗଠନର ପ୍ରତିନିଧି ସାମିଲ ହେବାକୁ ସି. ପି. ଆଇ. ଏମ୍, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ପ୍ରେସ ବିବୃତିରେ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.