ପଦ୍ମପୁର ସହରରେ ସୁଭଦ୍ରା ସଚେତନତା ରଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ରାଜ୍ୟ ସରକାରଙ୍କ ନୂତନ ଯୁଗାନ୍ତକାରୀ ନାରୀ ସଶକ୍ତିର ପ୍ରଶସ୍ତ ଯୋଜନା ‘ସୁଭଦ୍ରା’ର ରଥ ପହଞ୍ଚିଥିଲା । ଏହି ରଥକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ରଥ ଆଜି ଏବଂ ଆସନ୍ତା କାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡରେ ବୁଲି ବୁଲି ସୁଭଦ୍ରା ଯୋଜନା ପାଇଁ ଜନ ସଚେତନତା କରିବ । ଉକ୍ତ ରଥକୁ ୱାର୍ଡ ନଂ ୯ର କାଉନ୍‌ସିଲର ଚିନ୍ମୟ ପଣ୍ଡା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି ଏବଂ ଆଇସିଡିଏସ୍‌ ସୁପରଭାଇଜର୍‌ ସବୁଜ ପତାକା ଦେଖାଇ ସୁଭଦ୍ରା ରଥର ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ଟାଉନ୍‌ ସଭାପତି ସୁନୀଲ ଅଗ୍ରୱାଲ, ସମସ୍ତ ସ୍ୱଚ୍ଛସାଥି ସୁପରଭାଇଜର୍‌, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.