ନୂଆଁଖାଇରେ ମାଁ ମାହେଶ୍ୱରୀ ସେନା ତରଫରୁ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ତିହାର ନୂଆଁଖାଇ ଉଧେ ମାଁ ମାହେଶ୍ୱରୀ ସେନା ତରଫରୁ ବଲାଙ୍ଗିର ଜିଲ୍ଲାର ଭୀମଭୋଇ ମେଡିକାଲ ହସ୍ପିଟାଲ ଏବଂ ସୋନପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇରେ ସମସ୍ତ ହୋଟେଲ, ଦୋକାନ ବଜାର, ବସ୍‌ ସେବା ବନ୍ଦ ରହୁଥିବାରୁ ହସ୍ପିଟାଲରେ ଥିବା ରୋଗୀ ଏବଂ ତାଙ୍କର ପରିବାର ପରିଜନ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ମାଁ ମାହେଶ୍ୱରୀ ସେନା ତରଫରୁ ହସ୍ପିଟାଲରେ ମାଗଣା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ଏହି ଖାଦ୍ୟ ବଣ୍ଟରେ ହସ୍ପିଟାଲରେ ଥିବା ତଥା ଆଖପାଖରେ ଥିବା ଅସହାୟ ୩ ହଜାରରୁ ଅଧିକ ଲୋଲକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ସେବା ସହଯୋଗ ସମର୍ପଣ ମନୋଭାବକୁ ନେଇ ଆୟୋଜିତ ଏହି ଅଭିନବ ପ୍ରୟାସ ଅଂଚଳବାସୀ ଏବଂ ବୁଦ୍ଧିଜୀବୀ ମହଳରେ ପ୍ରଶଂସିତ ହୋଇଛି ।

Leave A Reply

Your email address will not be published.

error: Content is protected !!