ଯୁରାବନ୍ଧ କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଯୁରାବନ୍ଧ ଗ୍ରାମରେ ଥିବା କପିଳେଶ୍ଵର ଯୁବକ ସଂଘ ଆନୁକୂଳ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ଭାଲୁମୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ବସନ୍ତ ମେହେର, ସମ୍ମାନିତ ଅତିଥି ଝରିଆଲ ସରପଞ୍ଚ ପ୍ରତିନିଧି ଭରଦ୍ୱାଜ ଗହିର, ମୁଖ୍ୟବକ୍ତା ଭାବେ ରବିନ୍ଦ୍ରନାଥ ବେହେରା, କଣ୍ଠଶିଳ୍ପୀ ରାସବିହାରି ଘିଭେଲା, ବିଜେପି ମଣ୍ଡଳ ସଭାପତି କ୍ଷୀର ବଚ୍ଛା, ସଂଘର ପୂର୍ବତନ ସଭାପତି ରାଧାମୋହନ ପୋଢ, ଖଗେଶ୍ଵର ପୋଢ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମାନପତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଭାପତି ତୁଳାଚନ୍ଦ୍ର ପୋଢ ସଭା ପରିଚାଳନା କରିଥିବା ବେଳେ ସଂଘର ପୂର୍ବତନ ସଭାପତି ଖଗେଶ୍ଵର ପୋଢ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆଁଖାଇ ହେଉଛି ଚାଷୀ ତଥା ପଶ୍ଚିମ ଓଡିଶାର ପ୍ରଧାନ ପର୍ବ, ଯେଉ ପର୍ବ ଏହି ଅଞ୍ଚଳର ପ୍ରତ୍ୟେକ ଘରେ ନୂତନ ବସ୍ତ୍ର ପରିଧାନ କରି ପୂର୍ବ ପୁରୁଷ ତଥା ଦେବାଦେବୀ ନୂଆଁ ଧାନ ତିଆରି ଚୁଡା ଅର୍ପଣ କରି ଭକ୍ଷଣ କରି ଏହି ପର୍ବ ପାଳନ କରାଯାଏ ଯାହା କି ଗର୍ବ ଓ ଗୌରବର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ଗ୍ରାମର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସାସ୍କୃତିକ କାର୍ଯ୍ୟକ୍ରମରେ ଶ୍ରାବଣୀ ସାସ୍କୃତିକ ଅନୁଷ୍ଠାନ ଖୋର୍ଦ୍ଧା ଓ ସମ୍ଭବ କଳାପରିସଦ ବଲାଙ୍ଗିର ଭାଷା, ସାହିତ୍ୟ ଓ ସାଂସ୍କୃତିକ ବିଭାଗ ଓଡିଶା ସରକାରଙ୍କ ତରଫରୁ ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସଂଘର ସଂପାଦକ ଲିଙ୍ଗରାଜ ପୋଢ, ଗ୍ରାମର ସମସ୍ତ ୱାର୍ଡ ମେମ୍ବର, ସଂଘର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

error: Content is protected !!