ମଣ୍ଡଳ ସ୍ତରୀୟ ମିଶନ ଶକ୍ତି ବଜାର ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ବଜାର ସ୍ଥିତ ରାଧାଶ୍ୟାମ ବିଲ୍ଡିଂରେ ବେରବୋଇ ମହିଳା ମଣ୍ଡଳ ପକ୍ଷରୁ ମିଶନ ଶକ୍ତି ବଜାର ଗୃହ ଉଦ୍‌ଘାଟିତ ହୋଇଯାଇଛି । ବେରବୋଇ ମଣ୍ଡଳ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁକାନ୍ତି ସାହୁଙ୍କ ନେତୃତ୍ଵରେ ମଣ୍ଡଳ ଅଧିନରେ ଥିବା ୭ ଟି ପଞ୍ଚାୟତର ଏସଏସଜି ମହିଳାମାନଙ୍କ ଦ୍ଵାରା ଉତ୍ପାଦିତ ଦ୍ରବ୍ୟ ଗୁଡିକୁ ଏଠାରେ ବିକ୍ରୟ କରାଯିବାର ବ୍ୟବସ୍ତା କରଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡଃ. ସମ୍ବିତ ପାତ୍ର ଯୋଗଦେଇ ଫିତା କାଟି ବଜାର ଗୃହର ଶୁଭ ଉଦ୍‌ଘାଟନ କରିଥିଲେ । ସମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜାପାନୀ ମିତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟଅତିଥି ପୁରୀ ଲୋକସଭା ସାଂସଦ ଡଃ. ପାତ୍ରଙ୍କ ସମେତ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଡିଓ କ୍ଷିତିସ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ଘୋରଡ଼ିଆ ମଣ୍ଡଳ ସଭାପତି ଲଡୁ କିଶୋର ରାୟ, ମୋଟରି ମଣ୍ଡଳ ସଭାପତି ଶ୍ୱେତ କୁମାର ନାୟକ, ଘୋରଡ଼ିଆ ମଣ୍ଡଳ ମହିଳାମୋର୍ଚ୍ଚା ସଭାନେତ୍ରୀ ସୁମିତ୍ରା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସୁଶ୍ରୀ ସଂଗୀତା ପ୍ରଧାନ ଅତିଥି ପରିଚୟ ପ୍ରଦାନ ସହିତ ମଞ୍ଚ ସଂଯୋଜନା କରିଥିଲେ । ବେରବୋଇ ମଣ୍ଡଳ ମହିଳା ସଭାନେତ୍ରୀ ସୁକାନ୍ତି ସାହୁ ସମସ୍ତ କାର୍ଯ୍ୟର ସୁପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ମଣ୍ଡଳରୁ ଶତାଧିକ ଏସଏସଜି ମହିଳାମାନେ ଯୋଗ ଦେଇଥିଲେ । ଏହି ଅବସରରେ ବେରବୋଇ ଠାରେ ସୁଭଦ୍ରା ରଥର ଡେଲାଙ୍ଗ ବ୍ଲକ ପରିକ୍ରମାର ଶୁଭାରମ୍ଭ ହୋଇଥିଲା । ପୁରୀ ଲୋକସଭା ସାଂସଦ ଡଃ. ସମ୍ବିତ ପାତ୍ର ଓ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ପତାକା ଦେଖାଇ ଏହି ରଥ ପରିକ୍ରମାର ଶୁଭ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡିଓ କ୍ଷିତିସ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ସିଡ଼ିପିଓ ଜାପାନୀ କୁମାରୀ ମିତ୍ରଙ୍କ ସମେତ ଶତାଧିକ ଏସଏସଜି ମହିଳାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.