ନୃସିଂହନାଥରେ ପାଳିତ ହେଲା ନୂଆଁଖାଇ ପର୍ବ : ହଜାର ହଜାର ଭକ୍ତ ପାଇଲେ ପ୍ରସାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ବରଗଡ ଜିଲ୍ଲା ନୃସିଂହନାଥ ପୀଠରେ ପାଳିତ ହୋଇଯାଇଛି । ଏଥିରେ ହଜାର ହଜାର ଭକ୍ତ ଏକତ୍ରିତ ହୋଇ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏହି ପର୍ବ ପାଳନ କରିଥିଲେ । ଏହି ଦିନ ଯେ, ଯେତେ ଦୂରେ ଥିଲେ ହେଁ ନୂଆଁଖାଇରେ ପହଞ୍ଚିଥାନ୍ତି ନିଜର ଘରକୁ । ପରିବାର ମଧ୍ୟରେ ଦେଖା ଦେଇଥାଏ ଉତ୍ସାହ ଉଦ୍ଧିପନା । ପ୍ରତି ଘର ମାନଙ୍କରେ ଖୁସିରେ ପାଳନ ହୋଇଛି ନୂଆଁଖାଇ ପର୍ବ, ନୂଆଁ ଫସଲ ଧାନରୁ ନବାନ୍ନ ‘ଚୁଡ଼ା’ ତିଆରି କରି ନିଜ ନିଜ ଇଷ୍ଟଦେବୀଙ୍କୁ ପ୍ରଥମେ ଅର୍ପଣ କରାଯାଏ । ଏ ପରିପେକ୍ଷୀରେ ଆଜି ପଶ୍ଚିମ ଓଡ଼ିଶାର ପ୍ରାଚୀନ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ମାର୍ଜାର କେଶରୀଙ୍କ ଠାରେ ଲାଗି ହୋଇଛି ନବାନ୍ନ । ପ୍ରଭୁ ନୃସିଂହ ଠାକୁରଙ୍କୁ ନବାନ୍ନ ଅର୍ପଣ ପରେ ପାର୍ଶ୍ଵ ଦେବାଦେବୀଙ୍କୁ ନବାନ୍ନ ଲାଗି କରାଯାଇଛି । ଏହା ପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଏକାଠି ବସି କରିଥିଲେ ନବାନ୍ନ ଭକ୍ଷଣ । ଆନନ୍ଦ ଉଲ୍ଲାସ ଶାନ୍ତିଶୃଙ୍ଖଳା ସହ ମହାପ୍ରଭୁ ନୃସିଂହନାଥ ପୀଠରେ ନବାନ୍ନ ଭକ୍ଷଣ କରି ନିଜକୁ ଧନ୍ୟ ମନେ କରିଛନ୍ତି ସାଧାରଣ ଜନତା । ଆଜି ନୃସିଂହନାଥ ମନ୍ଦିରରେ ଭଗବାନଙ୍କୁ ବିଶେଷ ପୂଜା କରାଯାଇ ଥିଲା । ବାଳବ୍ରହ୍ମଚାରୀ ପୂଜକ ମାନେ ମନ୍ଦିରରେ ବିଶେଷ ପୂଜା ପରେ ଭକ୍ତ ମାନଙ୍କୁ ଦର୍ଶନ କରାଇ ଥିଲେ । ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଅନେକ ଭକ୍ତ ଏକତ୍ରିତ ହୋଇ ବହୁତ ସୁନ୍ଦର ଭାବେ ନୂଆଁଖାଇ ପାଳନ ସୁରୁ ଖୁରୁରେ କରିଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.