ଆଲୋନ୍ସା କ୍ଲାସେସରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଲୋନ୍ସା କ୍ଲାସେସ, ଖଣ୍ଡଗିରି, ଭୁବନେଶ୍ଵର ପକ୍ଷରୁ ଗଣେଶ ଚତୁର୍ଥୀ ମହାଆଡମ୍ବରରେ ପାଳନ କରାଯାଇଛି । ଏଥିରେ ଆଲୋନ୍ସା କ୍ଲାସେସର ପରିଚାଳନା ନିର୍ଦ୍ଦେଶକ ସୁମନ୍ତ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ବୈଦିକ ରୀତିରେ ସ୍ଥାନୀୟ ବୀଣାପାଣି ଶିଶୁ ବିଦ୍ୟାମନ୍ଦିରରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଶିଶୁ ଭାଇ ଭଉଣୀମାନଙ୍କ ସହିତ ଆଲୋନ୍ସା କ୍ଲାସେସର ଛାତ୍ରଛାତ୍ରୀ ଏବଂ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଦ୍ଵାରା ଶ୍ରୀ ଗଣେଶଙ୍କ ଯଥା ରୀତିନୀତି ଅନୁଯାୟୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ମଙ୍ଗୋଳିକ କାର୍ଯ୍ୟରେ କୋଠାଘର ସଂପାଦିକା, ସୁସାହିତ୍ୟିକା ଅମ୍ବିକା ସ୍ୱାଇଁ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଚିନ୍ତାମଣି ଦାସ, ସହକାରୀ ଗୁରୁଜୀ ଓ ଗୁରୁମା ସତ୍ୟ ଶାଶ୍ଵତ ବିଶ୍ଵାଳ, ମାନସ ରଞ୍ଜନ ପାଣିଗ୍ରାହୀ, ଶିବାନୀ ମାଝୀ, ଲକ୍ଷ୍ମୀ ଗୌଡ, ବିଶ୍ଵଭାରତୀ ପାଇକରାୟ, ସଂଗୀତା ନାହାକ, ଦେବା ଅର୍ଚନ ଗୁରୁଜି ଏବଂ ଛାତ୍ରଛାତ୍ରୀ, ଅଭିଭାବକମାନେ ଯୋଗ ଦେଇଥିଲେ । ପରେ ଅନୁଷ୍ଠାନ ର ପ୍ରମୁଖ ସୁମନ୍ତ କୁମାରଙ୍କ ଦ୍ଵାରା ସାମୁହିକ ପୁଷ୍ପାଞ୍ଜଳି ଅର୍ପଣ କରାଇଥିଲେ, ପୂଜା ସମାପ୍ତି ପରେ ପ୍ରସାଦ ସେବନ କରାଯାଇଥିଲା ।

Leave A Reply

Your email address will not be published.