ବାଲିଗୁଡାରେ ଗଣେଷ ପୂଜା ପାଳିତ : ନୂତନ ଛାତ୍ରଛାତ୍ରୀଙ୍କୁ ଖଡ଼ି ଛୁଆଁଗଲା

  • ଚର୍ଚ୍ଚାରେ ୧୭ ଫୁଟିଆ ଗଣେଷ ମୂର୍ତ୍ତି ପୂଜା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି । ଏହି ଅବସରରେ ଟାଉନ୍‌ର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ସହ ନୂତନ ଛାତ୍ରଛାତ୍ରୀ ମାନଙ୍କର ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଟାଉନର ଫ୍ରେଣ୍ଡସ୍‌ ଗ୍ରୁପ୍‌, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶିକ୍ଷା ନିକେତନ ଓ ମିଡ଼ିଆକିଆର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପୂଜା ଓ ସାଜସଜ୍ଜା ତଥା ଆଲୋକ ତୋରଣ ମନଲୋଭା ସହ ଆକର୍ଷଣୀୟ ହୋଇ ପାରିଥିଲା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି । ସବୁ କ୍ଷେତ୍ରରେ ଚର୍ଚ୍ଚାରେ ରହି ଆସୁଥିବା ଟାଉନର ସାଂସ୍କୃତିକ ଅନୁଷ୍ଠାନ ଫ୍ରେଣ୍ଡସ୍‌ ଗ୍ରୁପ୍‌ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ଭିନ୍ନ ଧରଣର ୧୭ ଫୁଟିଆ ଗଣେଷ ମୂର୍ତ୍ତି ପ୍ରସ୍ତୁତ କରି ଅଷ୍ଟମ ବାର୍ଷିକ ଗଣେଷ ପୂଜା ମଧ୍ୟ ଆୟୋଜିତ କରିଛି । ଏନେଇ ସନ୍ଧ୍ୟାରେ ୧୦୮ ଆଳତୀ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଯାଇଛି । ଦିନ ତମାମ ସମସ୍ତ ପୂଜାସ୍ଥଳରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ସମଗ୍ର ସହରରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

Leave A Reply

Your email address will not be published.