ରୋଟାରୀ ଏଲିଟ୍‌ର ଉଡାନ ତରଫରୁ ଗୁରୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀଠାରେ ରୋଟାରୀ ଏଲିଟ୍‌ର ଉଡାନ ତରଫରୁ ଗୁରୁ ଦିବସ ପାଳିତ ହୋଇଯାଇଛି । ଗୁରୁମାନଙ୍କୁ କୃତଜ୍ଞତା ପ୍ରଦାନ ଉଦ୍ଦେଶ୍ୟରେ ଉଡାନର ଛାତ୍ରୀମାନେ ଏହି ଆୟୋଜନ କରିଥିଲେ । ଏଥିରେ ଅତିଥି ବକ୍ତା ଭାବରେ ଅବସର ପ୍ରାପ୍ତ ଇଂରାଜୀ ପ୍ରଫେସର ଡ. ମଧୁସୂଦନ ପତି ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ସହ ଅଧ୍ୟାପକ ଡ. ପ୍ରତାପ କୁମାର ଦାସ ଯୋଗଦେଇ ‘ବିଦ୍ୟାର୍ଥୀଙ୍କ ସାମଗ୍ରିକ ବିକାଶରେ ଶିକ୍ଷକଙ୍କ ପ୍ରଭାବ’ ବିଷୟରେ ନିଜର ମତ ଉପସ୍ଥାପନ କରିଥିଲେ । ନିମନ୍ତ୍ରିତ ବକ୍ତା ଡ.ଦାସ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କୁ ଭାରତୀୟତାକୁ ପ୍ରଥମେ ଅନୁଭବ କରିବାକୁ ନିବେଦନ କରିଥିଲେ । ପ୍ରଫେସର ପତି ଶିକ୍ଷକଙ୍କୁ ଯୁଗପୋଯୋଗୀ ହେବାକୁ କହିଥିଲେ । ଉଡାନର ଏହି ତପସ୍ୟା ମାଧ୍ୟମରେ ଏହି ଗୁରୁଶିଷ୍ୟ ପରମ୍ପରାକୁ ପ୍ରଶଂସା କରିଥିଲେ । ରୋଟାରୀ ଏଲିଟ୍‌ର ଏହି କାର୍ଯ୍ୟକୁ ସାଧୁବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଡାନର ଛାତ୍ରୀମାନେ ଉଡାନର ଶିକ୍ଷକ ନବୀନ ନାୟକ, ଦିଗାମ୍ବର ତ୍ରିପାଠୀ, ପୀତବାସ ପଣ୍ଡା, ବୃଷକେତୁ ସାହୁ, ଗୋପଭୂଷଣ ନାଥ, କୃଷ୍ଣଚନ୍ଦ୍ର ନାଥ, କ୍ଷମାନିଧି ଝାଙ୍କର, ସିନୁ ସୁନ୍ଦର ପାଢ଼ୀ, ବିକାଶ ସାହୁ, ନୂତନ ନାୟକ, ଦିଲୀପ ଯୋଶୀ, ଜୟନ୍ତ ମେହେର, ଅଭୟ ମିଶ୍ର ପ୍ରମୁଖଙ୍କୁ ଫୁଲ ଚନ୍ଦନ ଦେଇ ସମ୍ମାନ ପ୍ରଦାନ କରିଥିଲେ । ଉଡାନର ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ, ସୌମ୍ୟାଶ୍ରୀ ମିଶ୍ର, ଆଦ୍ୟାରେଶମା ମହାନା, ମନୀଷା ପାଣିଗ୍ରାହୀ, ମୋନାଲି ଜାଲ, ଉଡାନର ପୂର୍ବତନ ଛାତ୍ରୀ ନିକିତା ସା, ମନୀଷା ପରିଡା ପ୍ରମୁଖ ନିଜର ବକ୍ତବ୍ୟ ମାଧ୍ୟମରେ ଉଡାନର ଶିକ୍ଷକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରୋଟାରୀ ଏଲିଟ୍‌ର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ନନ୍ଦ ସଂଯୋଜନା କରିଥିଲେ ଓ ସଭାପତି ଅର୍ଚ୍ଚନା ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରୀ ଏଲିଟ୍‌ର ସଭ୍ୟମାନେ ଓ ଉଡାନର ଛାତ୍ରୀଗଣ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.