ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସାଇବର ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ କୁଡାସିଂହା ବୁଢାଡଙ୍ଗର କଲେଜ ପରିସରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସାଇବର ନିୟମ ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ସଚିବ ପବିତ୍ରାନନ୍ଦ ପ୍ରଧାନ, କୁଡାସିଂହା ବୁଢାଡଙ୍ଗର କଲେଜର ଅଧ୍ୟକ୍ଷ ଛବିଳ ବାଗ, ଆଇଆଇସି, ସିସି ଏନ୍‌ ଇଓ ପିଏସ୍‌ ବଲାଙ୍ଗିର, ଭାରତୀ ନାୟକ ଯୋଗଦେଇ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସାଇବର ନିୟମ ଉପରେ ସଚେତନ କରାଇଥିଲେ ।

Leave A Reply

Your email address will not be published.