csstore

ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଜିଲ୍ଲାପାଳ ଅଫିସ ସାମ୍ନାରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଅଫିସ ସାମ୍ନାରେ ଏସ୍‌ସି ଏସ୍‌ଟି ସମାଜର ହଜାର ହଜାର ଲୋକ ୧ ଅଗଷ୍ଟ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ପାରିତ କରାଯାଇଥିବା ଏସ୍‌ସିଏସ୍‌ଟି ସଂରକ୍ଷଣ ଉପରେ ରାୟ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଆୟୋଜନ କରିଥିଲେ ଏବଂ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦେଇଥିଲେ । ଦାବିପତ୍ରରେ ନିମ୍ନ ଲିଖି ବିଷୟ ଗୁଡିକ ଉଲ୍ଲେଖ କରିଥିଲେ । ୧ ଅଗଷ୍ଟ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଏସ୍‌ସି / ଏସ୍‌ଟି ମାନଙ୍କ ପାଇଁ ଥିବା ଆରକ୍ଷଣ ବିଷୟରେ ହୋଇଥିବା ରାୟକୁ ରଦ୍ଧ କରିବା, ଏସ୍‌ସି, ଏସ୍‌ଟି ସମାଜ ଉପରେ ହୋଇଥିବା ଅତ୍ୟାଚାର ସମାଧାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟ ଗୁଡିକରେ ଉପଯୁକ୍ତ ସୁବିଧାର ସୁନିଶ୍ଚିତ କରିବା, ନିକଟରେ ଉଚ୍ଚ ନ୍ୟାୟାଳୟ ଦ୍ୱାରା ଜାରୀ କରାଯାଇଥିବା ରାୟ ଏସ୍‌ସି, ଏସ୍‌ଟିି ସମାଜର ଜମିକୁ ଉଚ୍ଚ ବର୍ଗର ଲୋକଙ୍କୁ ବିକ୍ରି କରିବା ପାଇଁ ଯେଉଁ ପ୍ରତିବନ୍ଧକ ଥିଲା ତାକୁ ମୁକ୍ତ କରିବା ରାୟକୁ ବିରୋଧ କରାଯାଇଥିଲା । ସମ୍ବିଧାନ ଦ୍ୱାରା ପ୍ରଦତ୍ତ ସାମ୍ବିଧାନିକ ଅଧିକାର ଓ ମାନବ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ପାଇଁ ଦାବି କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଆଇଜୀବୀ ଦିନେଶ ନାଗଙ୍କ ନେତୃତ୍ୱରେ ଜିଲ୍ଲା ଆଦିବାସୀ ସଂଘର ସଭାପତି ସତ୍ୟନାରାୟଣ ଭୋଇ, ପୁରୁଷୋତ୍ତମ ଭୋଇ, ଭରତ ସିଂ ଭୋଇ, ଦିନେଶ ତାଣ୍ଡି, ଦ୍ରୋଣ କୁମ୍ଭାର, ନଟରାଜ ନାଗ, ପାଣ୍ଡବ କୁମ୍ଭାର, ତରଣୀ ସେନ ଦୀପ, ବିରେନ୍ଦ୍ର ବାଗ, ଜ୍ୟୋତିଷ ମୁଗ୍ରୀ, ବିଜୟ କୁମାର ବାରିକ, ସିତାରାମ କୁମ୍ଭାର ପ୍ରଭୃତି ଅନେକ ସଦସ୍ୟ ପ୍ରତିବାଦ ସଭାରେ ନିଜ ନିଜ ମତ ପୋଷଣ କରିଥିଲେ ।

jayashree
Leave A Reply

Your email address will not be published.