ହାତୀ ଆକ୍ରମଣରେ ଯୁବକ ମୃତ

ସୁନ୍ଦରଗଡ : ଘଉଡ଼ାଇବା ବେଳେ ଯୁବକଙ୍କୁ କଚାଡ଼ି ମାରିଦେଲା ହାତୀ । ବିଳମ୍ବିତ ରାତିରେ ବନବିଭାଗ ସହ ହାତୀ ଘଉଡ଼ାଇବା ବେଳେ ଘଟିଛି ଏହି ଅଘଟଣ । ହାତୀ ଆକ୍ରମଣରେ ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁଟା ମୁଣ୍ଡାସାହିର ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କୁଲୁକୁତା ଗ୍ରାମର ଗୋବିନ୍ଦ ମୁଣ୍ଡା । ସୂଚନା ଅନୁସାରେ, ଏକ ଗୋଠଛଡ଼ା ଦନ୍ତାହାତୀ କୁଲୁକୁତା ଗ୍ରାମରେ ଦୁଇ ଦିନ ଧରି ଉତ୍ପାତ ଚଳାଇଥିଲା । ଦନ୍ତା ହାତୀ ଉତ୍ପାତ ଯୋଗୁଁ କଲବଲ ହେଉଥିଲେ ଗ୍ରାମବାସୀ । ବନ କର୍ମଚାରୀଙ୍କ ସହ ମିଶି ଦନ୍ତା ହାତୀକୁ ଘଉଡ଼ାଉଥିଲେ ଯୁବକ । । ମାତ୍ର ହଠାତ୍‌ ହାତୀଟି ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକ ଗୁରୁତର ହୋଇ ପଡିଥିଲେ । ପରେ ସେ ଗୁରୁତର ହୋଇ ପଡ଼ିଥିବାରୁ ତାଙ୍କୁ ବନବିଭାଗ ସଙ୍ଗେ ସଙ୍ଗେ ବଣାଇ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.