csstore

ପ୍ରାଦେଶିକ ବିଜ୍ଞାନ ମେଳା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଦିନ ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି , ଓଡ଼ିଶାଙ୍କ ଦ୍ୱାରା ପ୍ରାଦେଶିକ ବିଜ୍ଞାନ ମେଳା ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ଶିକ୍ଷାବିକାଶ ସମିତି ଓଡିଶା ସଭାପତି ଡଃ. କିଶୋର ଚନ୍ଦ୍ର ମହାନ୍ତି ମୁଖ୍ୟବକ୍ତା, ଦକ୍ଷିଣ ପଶ୍ଚିମ ସମ୍ଭାଗ ସମ୍ପାଦକ ରୁଦ୍ରମାଧବ ବାରିକ ଅଧ୍ୟକ୍ଷ, ପ୍ରାନ୍ତ ବିଜ୍ଞାନ ସଂଯୋଜକ ମାଧବ ଶତପଥୀ ସ୍ଥାନୀୟ ପରିଚାଳନା ସମିତିର ସଭାପତି ତ୍ରିବିକ୍ରମ ଦାଶ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର, ଦକ୍ଷିଣ ପଶ୍ଚିମ ସମ୍ଭାଗ ସହ ସଂଯୋଜକ ତଥା ବଲାଙ୍ଗିର ବିଭାଗ ନିରିକ୍ଷକ ପ୍ରକାଶ ଚନ୍ଦ୍ର ମହାନ୍ତି ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ । ଓଡିଶାର ସମସ୍ତ ଜିଲ୍ଲା ଶିଶୁ ବିଦ୍ୟାମନ୍ଦିର ୧୬୮ ଜଣ ଶିଶୁଙ୍କ ସହ ଗୁରୁଜୀ,ଗୁରୁମା,ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା, ପରିଚାଳକ, ପରିଚାଳନା ସମିିିତିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ମଂଚାସୀନ ଅତିଥି ପ୍ରତିଭାଗୀଙ୍କର ଭବିଷ୍ୟତ ଉଜ୍ୱଳ ସହ ଅତ୍ୟାଧୁନିକ ବିଜ୍ଞାନର ଉନ୍ନତି କାମନା କରିଥିଲେ । ପରିଶେଷରେ ଶ୍ରୀଯୁକ୍ତ ଦାଶ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଆସନ୍ତା ୫ ତାରିଖ ମଧ୍ୟାହ୍ନରେ ଏହି କାର୍ଯ୍ୟକ୍ରମଟି ଉଦ୍‌ଯାପିତ ହେବ ।

jayashree
Leave A Reply

Your email address will not be published.