ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ, ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ସମ୍ପର୍କିତ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ମଙ୍ଗଳବାର ଡେଲାଙ୍ଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଡିଏମ ପୁରୀ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବିଡିଓ କ୍ଷିତୀଶ ବେହେରା, ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିଅର ସୁବ୍ରତ କୁମାର ବାରିକ,ଏପିଓ ଏଲ ସୀମା ଦେବୀ, ବ୍ଲକ ସାମାଜିକ ସମୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ, ସମିତିସଭ୍ୟ, ଜିଆରଏସ, ପିଇଓ, ସିଆରପି, ଏମବିକେ, ବ୍ଲକ କନିଷ୍ଠ ଯନ୍ତ୍ରୀ ଓ ପ୍ରଶାସନ ଅଧିକାରୀମାନେ ସାମିଲ ହୋଇଥିଲେ । ଏଥିରେ ପୋଷଣ, ମମତା ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ମନେରଗା କାର୍ଯ୍ୟକ୍ରମ ୨୦୨୩-୨୪ ବର୍ଷର ସମୀକ୍ଷା କରାଯାଇଥିଲା ।

Leave A Reply

Your email address will not be published.