lika

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ପୁରୁଣା ସମ୍ମିଳନୀ କକ୍ଷରେ ଶିକ୍ଷା ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଭାରପ୍ରାପ୍ତ ଅଧ୍ୟକ୍ଷ ତାରାପ୍ରସାଦ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଶତପଥୀ ସମସ୍ତ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜଣାଇ ଛାତ୍ରଛାତ୍ରୀ ମାନଙ୍କୁ ମୂଲ୍ୟବୋଧ ଶିକ୍ଷା, ନୈତିକତା ଶିକ୍ଷା ଏବଂ ଶୃଙ୍ଖଳା ବିଷୟରେ ଅବଗତ କରାଇ ତାଙ୍କୁ ପାଠ ପଢାରେ ତଥା ସହ ପାଠ୍ୟକ୍ରମ କାର୍ଯ୍ୟବଳୀ ଗୁଡିକରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ବିଭାଗୀୟ ମୁଖ୍ୟ ଡ. ତୁଷାର କାନ୍ତ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ଯୁକ୍ତ ୩ର ପାଠ୍ୟକ୍ରମ ଉଭୟ ଥିଓରୀ ଏବଂ ପ୍ରାକ୍ଟିକଲ୍ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରି ରାଷ୍ଟ୍ର ଗଠନରେ ଶିକ୍ଷାର୍ଥୀ ମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରି ସମସ୍ତଙ୍କୁ ଶିକ୍ଷା ମାଧ୍ୟମରେ ନିଜ ପ୍ରତିଭାକୁ ଚିହ୍ନିବା ନିମନ୍ତେ ଉତ୍ସାହିତ କରିଥିଲେ । ବିଭାଗୀୟ ଅଧ୍ୟାପକ ଡ. ଭେଙ୍କଟେଶ୍ଵର ମେହେର ସାମନ୍ତଙ୍କୁ ସ୍ୱାଗତ ଜଣାଇ ଜାତୀୟ ଶିକ୍ଷା ନୀତି-୨୦୨୦ର ମୁଖ୍ୟ ନିୟମ ଗୁଡ଼ିକ ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ନିଜର ସୃଜନୀ ଶକ୍ତିର ସାହାଯ୍ୟରେ ଜ୍ଞାନର ସୃଷ୍ଟିକର୍ତ୍ତା ହେବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ବିଭାଗୀୟ ଅଧ୍ୟାପିକା ସୁଶ୍ରୀ ସସ୍ମିତା ମେହେର ସମସ୍ତଙ୍କୁ ସ୍ୱାଗତ ଜଣାଇ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଏକ ଶୃଙ୍ଖଳିତ ଜୀବନ ଯାପନ କରି ସମାଜର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ । ବିଭାଗୀୟ ସହକାରୀ ଗବେଷକ କ୍ଷେତ୍ରମଣି ବରିହା ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ଦିଗରେ ଶିକ୍ଷାର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମଞ୍ଜୁ ବାଲମ୍ ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ବୃନ୍ଦାବନ ରଣା, ଅକ୍ଷୟ କୁମ୍ଭାର, ରୋଷନ୍, ପ୍ରମୋଦ, ରୀନା ସାହୁ, ରେଣୁକା, ରୀତୁ, ଆଶୁରାଣୀ, ଧରିତ୍ରୀ, ପ୍ରେମଶିଳା, ପ୍ରୀତିରାଣୀ ଏବଂ ଶିକ୍ଷା ବିଭାଗର ସମସ୍ତ ଛାତ୍ରଛାତ୍ରୀ ବିଶିଷ୍ଟ ଭାବରେ ସାହାଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ସମସ୍ତ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

babaa
Leave A Reply

Your email address will not be published.