ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା : ୧୦ ଗୁରୁତରଙ୍କୁ ବଲାଙ୍ଗିର ସ୍ଥାନାନ୍ତର

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଆଜି ଅପରାହ୍ନ ପାଖାପାଖି ଅକ୍ଷଚଇଟା ସମୟରେ ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଦୁଇଟି ଅଟୋ ଓ ଗୋଟିଏ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରଥମେ ସମସ୍ତ ଆହତଙ୍କୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରିଥିବା ଜଣାପଡିଛି । କିଛି ସମୟ ପାଇଁ ଅସନ୍ତୋଷ ଜନସାଧାରଣଙ୍କ ଦ୍ୱାରା ରାସ୍ତା ଅବରୋଧ ହୋଇଥିଲା ।

Leave A Reply

Your email address will not be published.