csstore

ପ୍ରଧାନ ଶିକ୍ଷକଙ୍କୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଚନ୍ଦନଭାଟି ସାଧନ କେନ୍ଦ୍ର ଅଧିନସ୍ଥ ସାଲେପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ମିଶ୍ରଙ୍କୁ ସାଧନ କେନ୍ଦ୍ର ଚନ୍ଦନଭାଟି ତରଫରୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥଲା । ସିନ୍ଦୁରବାହାଳ ବିଦ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ଦଭାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସଂଧ୍ୟାରାଣୀ ଧରୁଆ, ମିର୍ଦ୍ଧାପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋରଜ ନାୟକ, ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପ୍ରଧାନ ତଥା କେନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଖମାରୀ ଯୋଗଦାନ କରିଥିଲେ । ଅନ୍ୟାନ୍ୟ ସମ୍ମାନିତ ଅତୀଥିମାନଙ୍କ ମଧ୍ୟରେ ଶେଷଦେବ ପୁରୋହିତ, ପ୍ରତିଭା ଦାସ, ଦାମୋଦର ମିଶ୍ର, ବେଣୁଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାକୁ ମହାଦେବ ମେଶ୍ୱା ଓ ବିନାୟକ ମିଶ୍ର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.