oom

ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ମିନି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତା ଗତ ୨୭ ତାରିଖ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାବିଭାଗ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଯୋଗଦେଇ ଖେଳାଳିମାନଙ୍କୁ ଶପଥ ପାଠ କରାଇବା ସହ ଜିଲ୍ଲା ସମୁହ ପତାକା ଉତ୍ତୋଳନ କରି ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୨ ଗୋଟି ବ୍ଲକର ୪୮୦ ଜଣ ଖେଳାଳି ଯୋଗଦେଇଥିବା ବେଳେ ୪୨ ଜଣ କ୍ରୀଡା ଶିକ୍ଷକ ଯୋଗଦେଇଛନ୍ତି । ଏହା ତା ୨୭.୦୮.୨୪ରିଖ ରୁ ତା୨୯.୦୮.୨୪ ରିଖ ପର୍ଯ୍ୟନ୍ତ ୩ ଦିନଧରି ଗାଇସିଲେଟ, ସରଧାପାଲି ଓ ବାରିହାପୁଖାପାଣି ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ଆଜି ଗାଇସିଲେଟ ମିନି ଷ୍ଟାଡିୟମ ଠାରେ ଏହାର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ୱରେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ସୁଦୀପ୍ତ କୁମାର ନାୟକ, ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ ରାମଲାଲ ବରିହା, ସରପଞ୍ଚ ଶରତ କାଲୋ, ୟୁଥ୍ କ୍ଳବ ସଭାପତି ରଞ୍ଜନ ପଣ୍ଡା, ସମିତି ସଭ୍ୟ ଦେବେନ୍ଦ୍ର ଯୋଷୀ ଏବଂ ଜିଲ୍ଲାର ସମସ୍ତ ୧୨ ଗୋଟି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀମାନେ ଯୋଗଦେଇଥିଲେ । ଫାଇନାଲ ଫୁଟବଲ ମ୍ୟାଚ୍ ବାଳିକା ବର୍ଗରେ ପାଇକମାଲ ଓ ବରପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିର ପାଇକମାଲ ଦଳକୁ ୨-୦ ଗୋଲରେ ପରାସ୍ତ କରି ବରପାଲି ଦଳ ଚମ୍ପିୟାନ ହୋଇଥିବା ବେଳେ ବାଳକ ବର୍ଗରେ ଭେଡେନ ଓ ଝାରବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଝାରବନ୍ଧ ଦଳକୁ ୩-୦ ଗୋଲରେ ପରାସ୍ତ କରି ଭେଡେନ ଦଳ ଚମ୍ପିୟାନ ହୋଇଥିଲା । ଖେଳ ଶେଷରେ ଅତିଥି ମାନଙ୍କ ଦ୍ଵାରା ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ନବୀନ ବରିହା ପରିଚାଳନା କରିଥିବା ବେଳେ ପରିଶେଷରେ ଗାଇସିଲେଟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନିଲ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.