csstore

ଦେବାଳୟ ସୁରକ୍ଷା କମିଟି ନୁଆଁଖାଇ ୩ ଦିନ ଛୁଟି ଏବଂ ମନ୍ଦିରମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୁଆଁଖାଇ ଛୁଟି ୩ ଦିନ ପାଇଁ ଦେବାଳୟ ସୁରକ୍ଷା କମିଟି ଓ ବିଭିନ୍ନ କମିଟି ସହ ମିଶି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବଲାଙ୍ଗିର ପାଟଣା ଇଷ୍ଟଦେବି ମାଁ ପାଟଣେଶ୍ୱରୀ, ମାଁ ସମଲେଶ୍ୱରୀ ନୁଆଁଖାଇ ଉପଲକ୍ଷେ ଆଲୋକ ସଜ୍ଜା ଓ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣ ଏବଂ ଆଗାମୀ ୮ ତାରିଖ ଦିନ ନୁଆଁଖାଇ ପର୍ବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବଲାଙ୍ଗିରରେ ବିଭିନ୍ନ ମନ୍ଦିରମାନଙ୍କୁ ସାଜସଜ୍ଜା କରିବା ପାଇଁ ଦେବାଳୟ ସୁରକ୍ଷା କମିଟି ଦାବି କରିଛି । ୩ ଦିନିଆ ଛୁଟି ଘୋଷଣା ପାଇଁ ଦାବି ରଖିଛି । ଏ ବିଷୟ ରାଜ୍ୟ ସରକାର ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି କରୁଛି ଏବଂ ଅନ୍ୟାନ୍ୟ ବିଷୟରେ ୨୦୨୩ରେ ମନ୍ଦିର ନିର୍ମାଣ କାର୍ଯ୍ୟ ମାଁ ସମଲେଶ୍ୱରୀ ମନ୍ଦିର କେବଳ ୪ଟି ପିଲର ନିର୍ମାଣ ହୋଇ ମନ୍ଦିର କାର୍ଯ୍ୟ ଆଗେଇ ନ ଥିବାରୁ ଭକ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମାଁ ସମଲେଶ୍ୱର ମନ୍ଦିର କେଳ ଛାତ ଢଲେଇ କରି ଛାଡି ଦେଇଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ମାଁ ପାଟଣେଶ୍ୱରୀ ମନ୍ଦିର ମରାମତି କାର୍ଯ୍ୟ ବିଳମ୍ବିତ ଏବଂ ଗର୍ଭ ଗୃହ ଓ ମାଁଙ୍କ ପ୍ରତିମୃର୍ତିରେ ମାଟି ଖସୁଛି, ତାର ପୁନଃ ନିର୍ମାଣ କରାଯାଉ, ମାଁ ସମଲେଶ୍ୱରୀ ମନ୍ଦିର ଶୈଳପୁତ୍ରୀ ମୁର୍ତି ଭଙ୍ଗ ହୋଇଯାଇଥିବା ବେଳେ ନୂତନ ମୁର୍ତି ଲଗାଇବାକୁ ଦାବି, ଓଡିଶା ସରକାର ନୁଆଁଖାଇ ପାଇଁ ସମସ୍ତ ଦେବାଳୟମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି ଏବଂ ପଶ୍ଚିମ ଓଡିଶା ଗଣପର୍ବ ନୁଆଁଖାଇ ୩ ଦିନିଆ ଛୁଟି ଘୋଷଣା ପାଇଁ ଦାବି କରାଯାଇଛି । ଦେବାଳୟ ସୁରକ୍ଷା କମିଟିର ଆବାହକ ପ୍ରଶାନ୍ତ ମହାକୁରଙ୍କ ନେତୃତ୍ୱରେ ନାଗରିକ କମିଟିର ସଂପାଦକ ମଧୁସୁଦନ ନାୟକ, ଜୟକୃଷ୍ଣ ମିଶ୍ର, ମାହେଶ୍ୱରୀ ଅନୁଷ୍ଠାନର ଅଧ୍ୟକ୍ଷ ଅଙ୍କୁଶ କୁମାର ପାଣ୍ଡିଆ, ବିବେକାନନ୍ଦ ପଟେଲ, ସଚିକାନ୍ତ ନାଏକ, ରିଣ୍ଟୁ ସାହୁ, ଶୁଭମ ଅଗ୍ରୱାଲ, ନରେନ୍ଦ୍ର କବାଟ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.