jayashree

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ସାଂସଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ କଣ୍ଟାବାଞ୍ଜି ଠାରେ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଉପଢୌକନ ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି । କଣ୍ଟାବାଞ୍ଜି ବନମାଲି ପେଲେସରେ ମାରୱାଡି ୟୁବା ମଞ୍ଚ ବିକାଶ ଶାଖା ଏବଂ ଏମ୍‌ଏମ୍‌ଆଇ ନାରାୟଣ ରାୟପୁର ହସ୍ପିଟାଲ ପକ୍ଷରୁ ହୃଦରୋଗ ବିଷୟକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଯୋଗ ଦେଇଥିବା ବେଳେ ଏମ୍‌ଏମ୍‌ଆଇ ନାରାୟଣ ରାୟପୁର ହସ୍ପିଟାଲ ବରିଷ୍ଠ ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ଶେଖର ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କାହିଁକି ହୃଦୟ ରୋଗ ହୋଇଥାଏ । ଆମେ ଦୈନନ୍ଦିନ ଜୀବନରେ କଣ ସବୁ ପରିବତ୍‌ର୍ତ୍ତନ କରିବା କଥା ସେନେଇ ଟିକିନିଖି ସଚେତନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ପାଦକ ହୁଲେଶ୍ୱର ହଂସ ଟ୍ରଫି ଗ୍ରହଣ କରିଥିଲେ । ଏଭଳି ସମ୍ମାନ ଆଗକୁ ଆମ ସଂଘକୁ ଆହୁରି ଜନସେବା କାମ ପାଇଁ ପ୍ରେରଣା ଦେବ ବୋଲି ସଂଘ ସମ୍ପାଦକ ଶ୍ରୀ ହଂସ ପ୍ରକାଶ କରିଥିଲେ । ସାମ୍ବାଦିକ ସଂଘକୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.