csstore

କୁଡ଼ାସିଂହା କଲେଜରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁର ବୁଢାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ, ସାହାଜବାହାଲର ଅର୍ଥନୀତି ଅଧ୍ୟାପକ କବିରାଜ ଭୋଇ, ମୁଖ୍ୟବକ୍ତା ଭାବେ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖପ୍ରାଖୋଲର ଓଡ଼ିଆ ଅଧ୍ୟାପକ ପ୍ରଶାନ୍ତ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ଭାଗ୍ୟବତୀ ନାଏକ ଯୋଗଦେଇଥିଲେ । ଗଙ୍ଗାଧର ଥିଲେ ପ୍ରାଚ୍ୟ ଓ ଆଧୁନିକ ଓଡ଼ିଆ ସାହିତ୍ୟର ସମ୍ମନ୍ଵୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଇଂରାଜୀ ଅଧ୍ୟାପକ ଅକ୍ଷୟ ଚୌଧୁରୀ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ରେବତ ଜାଲ, ଗଙ୍ଗାଧର ସାହୁ, ବଳଭଦ୍ର ପଣ୍ଡା, ରମେଶ ସାହୁ, କରୁଣାକର ମେହେର ଓ ବିଜୟ ମିଶ୍ର ସହଯୋଗ କରିଥିଲେ । ଶେଷରେ ରାଜନୀତି ବିଜ୍ଞାନ ଅଧ୍ୟାପକ ନିତ୍ୟାନନ୍ଦ ଶିର୍ଦ୍ଦାର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.