ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ବାଟିକା ଓ ଦିବା ପର୍ଯ୍ୟାୟର ଶିଶୁ ଭାଇଭଉଣୀମାନେ ରାଧାକୃଷ୍ଣ ଓ ସୁଦାମା ବେଶରେ ସଜ୍ଜିତ ହୋଇଆସିଥିଲେ । ପ୍ରଥମେ ରାଧାକୃଷ୍ଣଙ୍କୁ ପୂଜା କରାଯାଇଥିଲା । ପରିଚାଳନା ସମିତିର ସଂପାଦକ ପ୍ରହଲ୍ଲାଦ ସାହୁ ଓ ସଭାପତି ପ୍ରେମାନନ୍ଦ ବାରିକ ଉପସ୍ଥିତ ଥିଲେ। ପ୍ରେମାନନ୍ଦ ବାରିକ ଭଗବାନ ଶ୍ରୀକୃଷ୍ଣ ବାଲ୍ୟ କାଳର କଥାବସ୍ତୁ ଉପସ୍ଥାପନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀକୃଷ୍ଣଙ୍କ ପୂଜାପରେ ବେଶଧାରୀ ଶିଶୁମାନଙ୍କ ପୂଜନ କରାଯାଇଥିଲା । ଶ୍ରୀକୃଷ୍ଣଙ୍କ ଭଜନ ଓ ଧୂନ୍ ର ତାଳେତାଳେ ଦୋଳି ଝୁଳଣ କରାଯାଇଥିଲା । ୪୫ ଜଣ ବେଶଧାରୀ ଶିଶୁମାନେ ରାଧାକୃଷ୍ଣ ଓ ସୁଦାମା ବେଶରେ ସଜ୍ଜିତ ଓ କିଛି ଅଭିଭାବକ ଅଭିଭାବିକା ମଧ୍ୟ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.