csstore

୨ ଦିନିଆ ଜାତୀୟ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିନ୍ଦା ସ୍ଥିତ କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଦିନିଆ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ଆୟୋଗ, ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତ୍ତନ ସାଂସଦ କବି ପ୍ରସନ୍ନ ପାଟଶାଣୀ, ମୁଖ୍ୟବକ୍ତା ଭାବେ ପୂର୍ବତ୍ତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମନାସିଂ, ସୁତନ୍ତ୍ର ଅତିଥିଭାବେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଧ୍ୟକ୍ଷ ପ୍ରଫେସର ଗିରିଶ ନାଥ ଝା, ରିଶୋର୍ସ ପର୍ସନ ଭାବେ ସି.ଇ.ଏସ.ଏସ.ସି.ଆଇ.ଏଲ, ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ବସନ୍ତ କୁମାର ପଣ୍ଡା, ସରକାରୀ ମହିଳା ମହାବିଦ୍ୟାଳୟ, ସମ୍ବଲପୁରର ଇଂରାଜୀ ଅଧ୍ୟାପକ ଡକ୍ଟର ପିତାମ୍ବର ବେହେରା, ଲେଖିକା ନିର୍ମଳା କୁମାରୀ ମହାପାତ୍ର ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷାରେ ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ପ୍ରୟୋଗ ଓ ଉପଯୋଗ ଦ୍ଵାରା ଭାଷା ସମୃଦ୍ଧ ଓ ସୁରକ୍ଷିତ, ସାର୍ବଜନୀନ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଭାଷାର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏହି ଭଳି କର୍ମଶାଳାର ଆୟୋଜନ କରିଥିବାରୁ ଆୟୋଜକଙ୍କୁ ସମସ୍ତେ ପ୍ରଶଂସା କରିଥିଲେ । ପ୍ରଫେସର ଶଶାଙ୍କ ଚୁଡାମଣି ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟର ସଭାପତି ସବିତା ଦାସ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ ଶିବିରାର୍ଥୀଙ୍କ ଅତିଥିଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ସଂଯୁକ୍ତା ପରିଡା ଓ ଡ.ଃ ଆଭାଞ୍ଜଳୀ ଶତପଥୀ ମଞ୍ଚ ପରିଚାଳନା କରିଥିଲେ। । ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ତ୍ରିନାଥ ପରିଡା, ଶିକ୍ଷକ ପ୍ରବୀର ମହାପାତ୍ର, କ୍ରୀଡା ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା, ମିହିର ସାର, ରମେଶ ସାର ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.