ମୁରିବାହାଲ ବ୍ଲକ ସଭାଗୃହରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମର ସିଧାପ୍ରସାରଣ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଭାଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ପ୍ରତିକ୍ଷିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମର ସିଧାପ୍ରସାରଣ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ତଥା ଓଏଲଏମ ଵିପିଏମ ଡଃ. ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ପୂର୍ଣ୍ଣ ବାଗ, ସ୍ଵେଚ୍ଛାସେବୀ ରାଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଜଳଗାଁଓ ଠାରେ ୧୧ଲକ୍ଷ ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିବା ସହ କାର୍ଯ୍ୟକ୍ରମକୁ ସମ୍ବୋଧିତ ଓ ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇଁ ୨୫ଶହ କୋଟିର ପ୍ୟାକେଜ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣରେ ଏନଆରଏଲଏମ, ଓଏଲଏମ, ମିସନ ଶକ୍ତି ବିଭାଗରେ କାର୍ଯ୍ୟରତ ସମସ୍ତ ଏମବିକେ, ବ୍ୟାଙ୍କମିତ୍ର, ସିଆରପି, ପ୍ରାଣୀ ମିତ୍ର, କୃଷି ମିତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ଏନଆରଏଲଏମ ଓ ଓଏଲଏମ କାର୍ଯ୍ୟକ୍ରମକୁ ଆହୁରି ଅଧିକ ସବଳ କରିବା ପାଇଁ ଆଲୋଚନା କରାଯାଇଥିଲା । ମୁରିବାହାଲ ବ୍ଲକରେ ପାଞ୍ଚ ହଜାର(୫୦୦୦)ରୁ ଅଧିକ ଏସଏଚଜି ମହିଳା ଲକ୍ଷପତି ଦିଦି ଭାବେ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଥିଲା । ଵିଏଲସି ବ୍ରଜମୋହନ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.