ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ନରସିଂହ ବିଶି କଳା ମଣ୍ଡପ ଲୋକାର୍ପଣ ଉତ୍ସବ ଅବସରରେ ପୁରାତନ ଛାତ୍ର ସଂସଦ, ଟାଉନ ହାଇସ୍କୁଲ, ବରଗଡ ଦ୍ବାରା ସମାଜସେବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଆମ ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ୟ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଆମ ନିଷ୍ଠା ପରିବାରର ଉପଦେଷ୍ଟା ବିଦ୍ୟାଧର ଭୋଇ, ସଂପାଦକ ଅଶ୍ବିନୀ ତ୍ରିପାଠୀ, ପ୍ରୋଜେକ୍ଟ ଡାଇରେକ୍ଟର ଚିତ୍ରସେନ ପ୍ରଧାନ ଓ ମିଡିଆ କୋର୍ଡିନେଟର ସ୍ବସ୍ତିକ ଦାଶ ଉପସ୍ଥିତ ଥିଲେ । ଆୟୋଜକ ବନ୍ଧୁ ମାନଙ୍କୁ ନିଷ୍ଠା ପରିବାର ତରଫରୁ ଶୁଭେଚ୍‌ଚ୍ଛା ପ୍ରଦାନ କରାଯାଇଛି।

Leave A Reply

Your email address will not be published.