ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କଲେ ବିବାହିତା ମହିଳା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦେହରେ କିରୋସନ ଢାଳି ଆତ୍ମହତ୍ୟା କରିଛନ୍ତି ଜଣେ ବିବାହିତା ମହିଳା । ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ଟିକ୍ରାପଡ଼ାର ଭାନୁମତି ଧରୁଆ(୨୫) ଗତ ୮ ତାରିଖ ଦିନ ନିଜ ଦେହରେ କିରୋସନ ଢାଳି ହୋଇ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ତୁରନ୍ତ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ତାଙ୍କୁ ଡାକ୍ତର ବୁର୍ଲାକୁ ରେଫର୍‌ କରି ଦେଇଥିଲେ । ସେଠାରେ ଗତକାଲି ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବେହେରାମାଲର ବିଜୟ ଭୋଇଙ୍କ ସହ ଭାନୁମତି ପ୍ରେମ ବିବାହ କରିଥିଲେ । ଏପରିକି ବିବାହ ପରେ ପତିପତ୍ନୀ ଉଭୟେ କାମଧନ୍ଦା ଖୋଜିବାକୁ ତାମିଲନାଡ଼ୁ ଯାଇଥିଲେ । ସେଠାରୁ ଫେରି ବେହେରାମାଲରେ ରହୁଥିଲେ । ତେବେ ପତି ପତ୍ନୀ ମଧ୍ୟରେ କୌଣସି ବିଷୟକୁ ନେଇ କଳିଗୋଳ ଲାଗି ରହୁଥିବା ବେଳେ ଭାନୁମତି ଏଭଳି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.