ଘର ଭିତରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ଭୁବନ : ଘରୁ ମିଳିଲା ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର । ମୃତକ ଜଣକ ହେଉଛନ୍ତି ମାନସ ରଞ୍ଜନ ପାଲ (୩୨) । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଲତାବିଲ ସାହିରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଲତାବିଲ ସାହିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି । ସୂଚନା ଅନୁସାରେ, ମାନସ ରଞ୍ଜନ ପାଲ ଏବଂ ତାଙ୍କ ସ୍ତ୍ରୀ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟରତ। ସ୍ୱାମୀ-ସ୍ତ୍ରୀ ତାଙ୍କର ୩ବର୍ଷର ଝିଅକୁ ନେଇ ଢେଙ୍କାନାଳରେ ଏକ ଭଡା ଘରେ ରହି ଆସୁଥିଲେ ଏବଂ ମାନସ ପ୍ରତି ଶୁକ୍ରବାର ନିଜ ଘର ଲତାବିଲକୁ ଆସି ବାପା ମାଆଙ୍କ କଥା ବୁଝି ଶନିବାର ଢେଙ୍କାନାଳ ଫେରିଯାଆନ୍ତି । କିନ୍ତୁ ସବୁଥର ପରି ଶୁକ୍ରବାର ଆସି ସେ ଆଉ ଫେରି ପାରିନଥିଲେ । ଶନିବାର ସକାଳୁ ଘର ଭିତରୁ ମାନସଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପରିବାର ଲୋକେ ମାନସଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାର ଲୋକେ ଭୁବନ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଭୁବନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥି ସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରି ମୃତ୍ୟୁର କାରଣ ଖୋଜୁଛି ପୋଲିସ।

Leave A Reply

Your email address will not be published.