ଘର ସମ୍ମୁଖରୁ ବାଇକ ଚୋରି କରିନେଲେ ଚୋର, ସିସିଟିଭିରେ ଚୋରିର ଦୃଶ୍ୟ କଏଦ

ବଙ୍ଗୋମୁଣ୍ଡା, ( ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସହରର ଡେଲିମାର୍କେଟ ନିକଟରେ ଜଣେ ବ୍ୟକ୍ତିଙ୍କ ଘରୁ ବିଳମ୍ବିତ ରାତିରେ ଚୋରମାନେ ବାଇକ ଚୋରି କରିନେଇ ଫେରାର ମାରିଛନ୍ତି । ବଙ୍ଗୋମୁଣ୍ଡା ସହରର ଆନନ୍ଦ ଅଗ୍ରୱାଲଙ୍କ ଘର ସମ୍ମୁଖରେ ଥିବା ହିରୋ ସୁପରସ୍ପଲେଣ୍ଡର ଗାଡିକୁ ୨ଜଣ ଚୋର ଆସି ଚୋରି କରିନେଇଛନ୍ତି । ଚୋରମାନେ ଚୋରି କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆନନ୍ଦ ବଙ୍ଗୋମୁଣ୍ଡା ଥାନାରେ ଏକ ଅଭିଯୋଗ କଲା ପରେ ବଙ୍ଗୋମୁଣ୍ଡା ପୋଲିସ ସିସିଟିଭି ଆଧାରରେ ଅଧିକ ତଦନ୍ତ ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ବଙ୍ଗୋମୁଣ୍ଡା ସହରରେ ବାଇକ ଚୋରି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୋଲିସ ପକ୍ଷରୁ ପଟ୍ରୋଲିଙ୍ଗ କଡାକଡ଼ି କରିବାକୁ ସ୍ଥାନୀୟ ଅଞ୍ଚଳର ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.