csstore

ବ୍ରାହ୍ମଣ ସମାଜର ମାସିକ ବୈଠକ ଓ ନୁଆଁଖାଇ ଭେଟଘାଟର ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରାହ୍ମଣ ସମାଜର ମହାସଭାରେ ମାସିକ ବୈଠକ ପଣ୍ଡିତ ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଚିରାଚରିତ ପ୍ରଥା ଅନୁଯାୟୀ ସଭା ପ୍ରାରମ୍ଭରେ ଓଁ ଉଚ୍ଚାରଣ କରାଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ଆସନ୍ତା ତା.୧୫.୦୯.୨୦୨୪ ରବିବାର ଦିନ ବ୍ରାହ୍ମଣ ମହାସଭା ତରଫରୁ ଭଗବାନ ବାମନ ଜନ୍ମୋତ୍ସବ ସହିତ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । ବାଂଲାଦେଶରେ ହିନ୍ଦୁମାନଙ୍କୁ ଅତ୍ୟାଚାର ତଥା ରୋହିଙ୍ଗିଆ ମୁସଲମାନ ମାନଙ୍କର ଭାରତରେ ଅବାଧ ପ୍ରବେଶକୁ ଏହି ମହାସଭାରେ ଦୃଢ ଭାବେ ନିନ୍ଦା କରାଯାଇଥିଲା । ଆଗାମୀ ଦିନରେ ସାଂଗଠନିକ ଅଭିଯାନକୁ ସୁଦୃଢ କରିବା ପାଇଁ ସମସ୍ତଙ୍କ ମତାମତ ସହିତ ସହଯୋଗ ଲୋଡା ଯାଇଥିଲା । ଏହି ମହାସଭାରେ ବ୍ରାହ୍ମଣ ମହାସଭାର ଉପସଭାପତି ଗୋପବନ୍ଧୁ ପୁରୋହିତ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସଂଗଠନ ସମ୍ପାଦକ କିଶୋର ପୁରୋହିତ, ନଗର ସମ୍ପାଦକ ସଂକିର୍ତ୍ତନ ତ୍ରିପାଠୀ, କାର୍ଯ୍ୟକାରୀ ସଦସ୍ୟ ପୁରୁଷୋତ୍ତମ ପଣ୍ଡା, ବରିଷ୍ଠ ସଦସ୍ୟ ଲୋକନାଥ ନେପାକ, ବଂଶୀଧର ଦାନୀ, ବିପିନ ବିହାରୀ ପୁରୋହିତ, ବ୍ରଜ କିଶୋର ପଣ୍ଡା, ଶଙ୍କର୍ଷଣ ମିଶ୍ର, ଗୋପାଳ ଚନ୍ଦ୍ର ମିଶ୍ର, ସନ୍ତୋଷ କୁମାର ଶତପଥି, ରାଜ କିଶୋର ପଣ୍ଡା, ପ୍ରଭୁଦତ୍ତ ଶତପଥି ଇତ୍ୟାଦି ଅନେକ ସଭ୍ୟ ଉପସ୍ଥିତ ଥିଲେ । ପରିଶେଷରେ ମହାସଭାର ଉପସଭାପତି ଶ୍ରୀ ପୁରୋହିତ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।

jayashree
Leave A Reply

Your email address will not be published.