ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ୭୮ତମ ସ୍ଵାଧୀନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାମଚନ୍ଦ୍ରପୁରସ୍ଥ ଡେ଼ଲାଙ୍ଗ କୋଠବାଡ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ବ୍ୟାଙ୍କ ତରଫରୁ ମାନେଜର ସୁବ୍ରତ ଜେନାଙ୍କ ସହ ନିହାରକାନ୍ତ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ପ୍ରବୀଣ ଘଟୁଆରୀ, ବାନାମ୍ବର ପେଣ୍ଠୋଇ, ପବିତ୍ର ପରିଡ଼ା, ଶୁଭସ୍ମିତା ପରିଡ଼ା, ଇପ୍ସିତା ରାଉତରାୟ ପ୍ରମୁଖଙ୍କ ଉପସ୍ଥିତରେ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ଅତିଥି ଭାବେ ସ୍ଥାନୀୟ ଡେ଼ଲାଙ୍ଗ ୟୁଜିୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ ଏବଂ ସବୁ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଦେଶର ଏକତା ଅଖଣ୍ଡତାକୁ ବଜାୟ ରଖିବାକୁ ସମସ୍ତେ ଏକମନ ଓ ଏକ ପ୍ରାଣରେ ସଙ୍କୀର୍ଣ୍ଣତାରୁ ଉପରେ ରହି କାର୍ଯ୍ୟ କରିବାକୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁ ଓ ବ୍ୟାଙ୍କ କର୍ମଚାରୀ ବୃନ୍ଦ ମହାନ୍ ଦେଶପ୍ରେମୀ ମାନଙ୍କ ତ୍ୟାଗର ଉଦାହରଣ ଦେଇ ନିବେଦନ କରିଥିଲେ ।

Leave A Reply

Your email address will not be published.