ଆର୍ମି ରିକ୍ର୍ୟୁଟମେଣ୍ଟ ରାଲି

ବଲାଙ୍ଗିର : ବଲାଙ୍ଗିର ସହିତ ସମ୍ବଲପୁର, କେଉଁଝର, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ଢେଙ୍କାନାଳ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀମାନଙ୍କ ନିମନ୍ତେ ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପଦ ପଦବୀ ନିମନ୍ତେ ଆର୍ମି ରିକ୍ର୍ୟୁଟମେଣ୍ଟ ରାଲି ଅନୁଷ୍ଠିତ ହେବ । ମାନଦଣ୍ଡ, ଶିକ୍ଷାଗତ ଯୋଗ୍ୟତା ଓ ବାଧ୍ୟତାମୂଳକ କୋଭିଡ୍‌ ସତର୍କତା ପଦକ୍ଷେପ ନିମନ୍ତେ ଆବେଦନ କରୁଥିବା ପ୍ରାର୍ଥୀମାନେ ଆର୍ମି ରିକ୍ର୍ୟୁଟମେଣ୍ଟ ରାଲି ବିଜ୍ଞାପନ ଜଏନ୍‌ ଇଣ୍ଡିଆନ୍‌ ଆର୍ମି ୱେବ୍‌ସାଇଟ୍‌ www.joinindianarmy.nic.inରେ ସବିଶେଷ ସୂଚନା ପାଇ ପାରିବେ । ପ୍ରାର୍ଥୀମାନଙ୍କ ପାଇଁ ଅନ୍‌ଲାଇନ୍‌ ଆବେଦନ ବାଧ୍ୟତାମୂଳକ ଏବଂ ପ୍ରାର୍ଥୀମାନେ ଜାନୁଆରୀ ୫ ତାରିଖ ଠାରୁ ଫେବୃଆରୀ ମାସ ୧୫ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ । ଆର୍ମି ରିକ୍ର୍ୟୁଟମେଣ୍ଟ ରାଲିର ପ୍ରକୃତ ସ୍ଥାନ ରାଲିର ୧୫ ଦିନ ପୂର୍ବରୁ ଆଡ୍‌ମିଟ୍‌ କାର୍ଡ ଦ୍ୱାରା ସେମାନଙ୍କ ପଂଜିକୃତ ଇ-ମେଲ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ଜଣାଇ ଦିଆଯିବ ବୋଲି ଆର୍ମି ରିକ୍ର୍ୟୁଟମେଣ୍ଟ ରାଲି ଏ.ଆର୍‌.ଓ. ସମ୍ବଲପୁର ଜଣାଇଛନ୍ତି ।

Leave A Reply

Your email address will not be published.