ଯୋଗାଣ ବିଭାଗର ଚଢାଉ : ୬ କ୍ୱିଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଯୋଗାଣ ବିଭାଗ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡା ନୁଆସାହି ରାସ୍ତାରେ ତେଜରାତି ଦୋକାନ କରିଥିବା ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ଦୋକାନ ଉପରେ ଶନିବାର ଅଚାନକ ଚଢ଼ାଉ କରି ୬ କ୍ୱିଣ୍ଟାଲ ସରକାରୀ କଣ୍ଟ୍ରୋଲ ଚାଉଳ ଦେଖିବାକୁ ପାଇଥିଲେ । ଉକ୍ତ ଚାଉଳ ବିଷୟରେ ସୂର୍ଯ୍ୟ ପ୍ରସାଦ ପଣ୍ଡା ଅଧିକାରୀମାନଙ୍କୁ କୌଣସି ପ୍ରକାରେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ । ଏଣୁ ବାଧ୍ୟ ହୋଇ ଯୋଗାଣ ଅଧିକାରୀମାନେ ଉକ୍ତ ୬ କ୍ୱିଣ୍ଟାଲ ଚାଉଳକୁ ଜବତ କରି ନିକଟସ୍ଥ ଲ୍ୟାମ୍ପ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛନ୍ତି । ଏ ନେଇ ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ନାମରେ ଏତଲା ଦାଏର କରାଯାଇ ଅଧିକ ଅନୁସନ୍ଧାନ ଜାରି ରହିଥିବା ବିଷୟ ଜବତ କରିଥିବା ଅତିରିକ୍ତ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଯୋଗାଣ ନିରୀକ୍ଷକ ମଳୟ କୁମାର ମେହେର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.