ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ସଂଗଠନ ତରଫରୁ ହର୍ଷ ଉଲ୍ଲାସର ସହ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ସଂଯୋଜକ ତଥା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ଓ ମଞ୍ଚର ସଭାପତି ନରହରି ପ୍ରଧାନ ମିଳିତ କର କମଳରେ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ମଞ୍ଚର ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସଂଯୋଜକ କାମରାଜୁ ମହାରଣା ମୁଖ୍ୟ ଆଲୋଚକ ରୂପେ ଯୋଗଦେଇ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ ଆଲୋଚନା କରି ଭାରତ ମାତାର ବରପୁତ୍ରମାନଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଶିକ୍ଷାବିତ୍ ଶ୍ରୀ ମହାରଣା ସମସ୍ତ ବରିଷ୍ଠ ନାଗରିକ ପରସ୍ପର ସ୍ନେହ,ସୌହାର୍ଦ୍ଦ୍ୟ ଓ ଭାଇଚାରା ସୃଷ୍ଟିକରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ସୈନିକ ସତ୍ୟବାଦୀ ସାହୁ, ଗଗନ ବିହାରୀ ସାହୁ, ଗଜେନ୍ଦ୍ର ସାହୁ, ଯୁଗ୍ମ ସଂପାଦକ ଗୋପାଳ ଚନ୍ଦ୍ର ମହାରଣା ଭାରତ ମାତାର ସୁରକ୍ଷାରେ ସେମାନଙ୍କର ଅନୁଭୁତି ବର୍ଣ୍ଣନା କରିଥିଲେ । ଶେଷରେ ଷାଠିଏ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ନାଗରିକଙ୍କୁ ଏହି ମଞ୍ଚରେ ସାମିଲ୍ ହେବାପାଇଁ ଆାହ୍ୱନ ଦିଆଯାଇଥିଲା ।

Leave A Reply

Your email address will not be published.