ଟିପିଡବ୍ଲୁଓଡିଏଲ୍‌ ତରଫରୁ ନିୟମିତ ବିଦ୍ୟୁତ୍‌ ବିଲ୍‌ ପଇଠ କରୁଥିବା ବିଦ୍ୟୁତ୍‌ ଗ୍ରାହକଙ୍କୁ ଲକି ଡ୍ର ମାଧ୍ୟମରେ କରାଗଲା ପୁରସ୍କୃତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ଜୁଲାଇ -୨୦୨୪ ମାସରୁ ଟିପିଡବ୍ଲୁଓଡିଏଲ୍‌ ବିଦ୍ୟୁତ୍‌ ବିଭାଗ ତରଫରୁ ପେ ଇନ୍‌ ୱିନ୍‌ – ଖୁଲ ଯା ସିମ୍‌ ସିମ୍‌ର ସ୍କିମ୍‌ ଆରମ୍ଭ ହୋଇଛି । ଏହି ସ୍କିମ୍‌ ମାଧ୍ୟମରେ ଯେଉଁ ବିଦ୍ୟୁତ୍‌ ଉପୋଭୋକ୍ତା ମାନେ ନିୟମିତ ଅନୁସାରେ ବିଦ୍ୟୁତ୍‌ ବିଲ୍‌ ପଇଠ କରୁଛନ୍ତି ସେମାନେ ଲକି ଡ୍ର ମାଧ୍ୟମରେ ଆକର୍ଷଣୀୟ ଉପହାର ଜିତି ପାରିବେ । ଜୁଲାଇ -୨୦୨୪ ମାସର ବିଜେତାଙ୍କୁ ଟିପିଡବ୍ଲୁଓଡିଏଲ୍‌ ବିଦ୍ୟୁତ୍‌ ବିଭାଗ ତରଫରୁ ସ୍ୱାଧୀନତା ଦିବସ ଦିନ ଉପହାର ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ବିଦ୍ୟୁତ୍‌ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ବିଜେତା ମାନଙ୍କୁ ଉପହାର ପ୍ରଦାନ କରିଥିଲେ । ଏଥିରେ ଟିଟିଲାଗଡ ବହିଦାର ପଡାର ବାସିନ୍ଦା ନୀଳାମ୍ବର ମିଶ୍ର ପ୍ରଥମ ପୁରସ୍କାର ରୂପେ ଏକ ସ୍ମାର୍ଟ ମୋବାଇଲ ଫୋନ୍‌ ଗ୍ରହଣ କରିଥିଲେ, ଦ୍ୱିତୀୟ ପୁରସ୍କାର ରୂପେ ସିନ୍ଧେକେଲା ଅଂଚଳର ଟିକେ ଗ୍ରାମର GHATU RANA ଏକ Saregama Carvaan ଗ୍ରହଣ କରିଥିଲେ ଏବଂ ତୃତୀୟ ପୁରସ୍କାର ରୂପେ ଟିଟିଲାଗଡ ଅଂଚଳର ଖଜୁରିଆପଡାର ଶ୍ରୀମତୀ ସରିତା ବେହେରା SOLAR LAMP ଗ୍ରହଣ କରିଥିଲେ । ଶେଷରେ ବିଜୟ ଉପୋଭୋକ୍ତା ମାନେ ବିଦ୍ୟୁତ୍‌ ବିଭାଗକୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.