oom

ନୃସିଂହନାଥ ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ପ୍ରବଳ ସମାଗମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପରିସରରେ ସୋମବାର ବୋଲ୍‌ବମ୍‌ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଭକ୍ତମାନେ ଶନିବାର, ରବିବାର, ସୋମବାର, ୩ ଦିନ ଯାକ ମହାଆନନ୍ଦରେ ଭାର ବୋହି ନାନା ବେଶରେ ମା’ ଭଉଣୀଭାଇ ଛୋଟ ଛୁଆରୁ ବୁଢା ଯାଏ ନୃସିଂହନଥରେ ଯିବା ଆସିବା କରିଛନ୍ତି । ଗନ୍ଧମାର୍ଦ୍ଦନ ପର୍ବତର ଏପଟେ ନୃସିଂହନାଥରେ ଭଗବାନ ମାର୍ଜାରକେଶରୀ ପୂଜା ପାଉଥିବା ବେଳେ ପର୍ବତର ସେପଟେ ହରିଶଙ୍କରରେ ଭଗବାନ ଶିବ ପୂଜା ପାଉଛନ୍ତି । ଏପଟରୁ ସେପଟକୁ ପାହାଡିଆ ରାସ୍ତାରେ ଯିବାକୁ ହୁଏ ୧୭ କିଲୋମିଟର । ତଥାପି ଭକ୍ତ ମାନେ ରାସ୍ତାକୁ ଭ୍ରୁକ୍ଷେପ ନକରି ହଜାର ହଜାର ଭକ୍ତ ଦୈନନ୍ଦିନ ଯିବା ଆସିବା କରି ଦୁଇ ଗୋଟି ତୀର୍ଥ କ୍ଷେତ୍ରରେ ପଦାର୍ପଣ କରି ଝରଣା ଜଳରେ ବୁଡ଼ ପକାଇ ଭଗବାନଙ୍କୁ ଦର୍ଶନ କରୁଛନ୍ତି ନିଜ ନିଜର ମନସ୍କାମନା ପୁରଣ ପାଇଁ । ସୋମବାର ଭୋରରୁ ଦିନସାରା ଭକ୍ତ ମାନଙ୍କ ଭିଡ ଲାଗିଛି ଶିବ ମନ୍ଦିରରେ, ଲମ୍ୱା ଲାଇନ ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରି ଶାନ୍ତି ଶୃଙ୍ଖଲା ସହିତ ମହାଦେବଙ୍କୁ ଦର୍ଶନ କରି ଫଳ, ଫୁଲ, ପତ୍ର ନୈବେଦ୍ୟ ନାରିକେଳ ଅର୍ପଣ କରି ଧୂପ ଦେଇ ଜଳ ଲାଗି କରୁଛନ୍ତି ଭକ୍ତମାନେ । ଆଜି ସୋମବାର ଚତୁର୍ଥ ପାଲି ପଡିଛି ବହୁତ ଭକ୍ତଙ୍କ ଭିଡ ହୋଇଛି । ଗାଡି, ମଟର ରଖିବାକୁ ସ୍ଥାନ ନିଅଣ୍ଟ ପଡିଯାଉଛି ବସ୍‌ ଷ୍ଟାଣ୍ଡରେ, ପାଇକମାଲ ପୋଲିସ ମଧ୍ୟ୍ୟ ଯାତ୍ରୀ ମାନଙ୍କୁ, ନିୟନ୍ତ୍ରଣ କରୁଛି, ଗାଧୁଆ ଘାଟ ଚାଲଧାରରେ ଭୀଷଣ ଭିଡ ଲାଗିଛି । ତଥାପି ଭଗବାନଙ୍କ ଅଶେଷ କରୁଣାରୁ ସବୁ ଠିକ୍‌ ଭାବରେ ଚାଲିଛି ବୋଲି ନୃସିଂହନାଥ ମନ୍ଦିରର କାର୍ଯ୍ୟ ନିର୍ବାହ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.