csstore

ଆଦିବାସୀଙ୍କ ଅଧିକାର ଓ ସୁରକ୍ଷା ପାଇଁ ଏକତା ହିଁ ବଳ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ମୋହନଗିରୀ ହାଟପଦା ଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ ହେଇଯାଇଛି, ମୋହନଗିରି, ମାଣିକେରା, ସିଙ୍ଗପୁର, ଦେଢ଼ଶୁଲି ଓ ଲୁବେନଗଡ ଏଭଳି ପାଞ୍ଚଟି ପଞ୍ଚାୟତର ଶତାଧିକ ଆଦିବାସୀ ନିଜସ୍ଵ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଓ ବଦ୍ୟରେ ବିଶ୍ଵ ଆଦିବାସୀ ଦିବସ ଉପଲକ୍ଷେ ଏକାଠି ହୋଇଥିଲେ, ସ୍ଥାନୀୟ ଧବଳେଶ୍ୱର ଶିବ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ହାଟ ପଦା ଠାରେ ଏକତ୍ର ହୋଇଥିଲେ, ଧର୍ଣି ଓ ନିଜ ଦେବ ଦେବୀଙ୍କୁ ପୂଜାକରି ସଭା ଆରମ୍ଭ ହୋଇଥିଲା, ଏ ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ମଞ୍ଚାସୀନ ବକ୍ତାମାନେ ଆଦିବାସୀଙ୍କ ଅଧିକାର ଓ ସୁରକ୍ଷା ପାଇଁ ମତବ୍ୟକ୍ତ କରିଥିଲେ, ଭାଷା, ସଂସ୍କୃତି, ପରମ୍ପରା, ଧର୍ମ, ଜଳ, ଜମି, ଜଙ୍ଗଲ କିଭଳି ସୁରକ୍ଷା ହେଇପାରିବ ଏବଂ ଏଥିପାଇଁ ଜନସାଧାରଣ, ସରକାର ଓ ପ୍ରଶାସନ ଦାୟିତ୍ଵ ନେବାକୁ ଅନୁରୋଧ କରିଥିଲେ, ଆଦିବାସୀଙ୍କ ଅଧିକାର ଓ ସୁରକ୍ଷା ସକାଶେ ବିଭିନ୍ନ ଦାବି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖକୁ ଏକ ସ୍ମାରକ ପତ୍ର ପ୍ରେରଣ କରାଗଲା । ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ଧରୁଆଙ୍କ ସଭାପତିତ୍ୱରେ ଏହି ସଭାରେ, ଉପସଭାପତି ବୈଦ୍ୟ ନାରାୟଣ ଭୋଇ, ମୁଖ୍ୟ ଅତିଥି ପିତାମ୍ବର ଭୋଇ, ସମ୍ମାନିତ ଅତିଥି ନବକିଶୋର ମାଝୀ, ଦୟାନିଧି ମଲ୍ଲିକ, ଜନ୍ମେଜୟ ଶବର, ମନୋଜ କୁମାର ମଲ୍ଲିକ, ପ୍ରକାଶ ପାତ୍ର, ଚକ୍ରଧର ପନ୍ଦର, ଟଙ୍କଧର ଧରୁଆ, ମଞ୍ଜୁଲତା ପାତ୍ର, ବିଶୁ କେଶନ ମାଝୀ, ଲିଙ୍ଗରାଜ ପାତ୍ର, ଭୁବନେଶ୍ୱର ଭୋଇ ଯୋଗଦେଇ ମତ ବ୍ୟକ୍ତ କରିଥିଲେ, ଡ଼. କୌତୁକ ପନ୍ଦର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ତଥା ବିଶ୍ଵ ଆଦିବାସୀ ଦିବସରେ ଏ ବର୍ଷର ବାର୍ତ୍ତା ‘ସ୍ଵେଚ୍ଛାକୃତ ବିଚ୍ଛିନ୍ନତା ଓ ପ୍ରାରମ୍ଭିକ ଯୋଗାଯୋଗରେ ଆଦିବାସୀମାନଙ୍କର ସୁରକ୍ଷା’ ଉପରେ କହିଥିଲେ । ଶଶି ମାଝୀ ମଞ୍ଚ ପରିଚାଳନା କରିଥିଲେ । ବିଭିନ୍ନ ବ୍ୟକ୍ତି ବିଶେଷ ଏଥିରେ ସାହାଯ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.