jsm

ଗଞ୍ଜାମ ମହାବିଦ୍ୟାଳୟର ୫୬ତମ ସ୍ୱର୍ଣ୍ଣକ୍ଷେତ୍ର ଦିବସ ପାଳିତ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୫୬ ବର୍ଷରେ ପଦାର୍ପଣ କରିଛ ଗଞ୍ଜାମ ମହାବିଦ୍ୟାଳୟ । ଏହି ଅବସରରେ ବୁଧବାର ଦିନ ତାର ସ୍ୱର୍ଣ୍ଣକ୍ଷେତ୍ର ସମାରୋହ ଅଧ୍ୟକ୍ଷ ନରସିଂହ ଭୋଳଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଅର୍ଥନୀତି ବିଭାଗର ନିରଞ୍ଜନ ଗୁରୁ ପ୍ରମୁଖ ମଞ୍ଚାସୀନ ଥିଲେ । ଓଡ଼ିଆ ଅଧ୍ୟାପକ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସଂଯୋଜନା କରିଥିଲେ । ଅନୁଷ୍ଠାନ ଅଧ୍ୟକ୍ଷ ଶ୍ରୀ ଭୋଳ ମହାବିଦ୍ୟାଳୟ ବିଭିନ୍ନ ସମସ୍ୟା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କଲେଜରେ ସ୍ଥାୟୀ ପାଚେରୀ, ବିଦ୍ୟୁତ୍‌ ସମସ୍ୟା, ଉତ୍ତର ପାର୍ଶ୍ଵ ମୁଖ୍ୟ ଫାଟକର ପୁନଃ ଉଦ୍ଧାର ଏବଂ ଛାତ୍ରବାସ ନିର୍ମାଣ ନିମନ୍ତେ ଉପସ୍ଥିତ ମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସାଗରୀକା ମେଗାଜିନ ଉନ୍ମୋଚନ ହୋଇଥିଲା । ଏହି ମହାବିଦ୍ୟାଳୟର ପୁରାତନ ଛାତ୍ର ଥିଲେ ମନ୍ତ୍ରୀ ଜେନା । ଏଥିପାଇଁ ଏହି କଲେଜର ଯାହା ସମସ୍ୟା ଶୀଘ୍ର ପୂରଣ କରାଯିବ ବୋଲି ମନ୍ତ୍ରୀ ଜେନା ନିଜ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ମନ୍ତ୍ରୀଙ୍କୁ ଗଞ୍ଜାମ ବରିଷ୍ଠ ପୌରାଞ୍ଚଳ ନାଗରିକ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏକ ବାଇକ୍‌ ରାଲିରେ ସରସ୍ୱତୀ ଶିଶୁ ମନ୍ଦିରରେ ପହଂଚି ସେଠାରେ ମନ୍ତ୍ରୀ ବୃକ୍ଷରୋପଣ କରିଥିଲେ । ଓଡିଶା ସରକାରଙ୍କ ବିଜ୍ଞାନଗାର ଶିଳାନ୍ୟାସ, କଲେଜ କ୍ୟାଣ୍ଟିନ ଶିଳାନ୍ୟାସ ଉଦ୍‌ଘାଟନ କରିଥିଲେ ମନ୍ତ୍ରୀ । ଗଞ୍ଜାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମହାବିଦ୍ୟାଳୟ ଉପସ୍ଥିତ ରହି ମନ୍ତ୍ରୀ ଓ ବିଧାୟକଙ୍କ ସ୍ୱାଗତ କରିଥିଲେ । ସ୍ୱେଚ୍ଛାସେବୀ ବରିଷ୍ଠ ନେତା ଇ. ବିନୋଦ ଚନ୍ଦ୍ର ପାଢ଼ୀ, କାଉନ୍‌ସିଲର ଅରୁଣ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ପୂର୍ବତନ ଜିଲ୍ଲା ପରିଷଦ କ୍ରୀତନ ଦାସ, ଗଞ୍ଜାମ ନଗର ସଭାପତି କାନ୍ତରୁ ଦଳାଇ ପୂର୍ବତନ, କାଉନସିଲର ଡି. କେ. ରାଓ, ଯୁବନେତା ସଞ୍ଜୟ ଭାଇ, ଭୀମସେନ ବେହେରାଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଇଂଲିଶ ଅଧ୍ୟାପକ ଦୁର୍ଗା ପ୍ରସାଦ ପଟ୍ଟନାୟକ, ଗଦା ସାହୁ, ଗିରଷ ଆଚର୍ଯ୍ୟ, ଆଦିତ୍ୟ ମହାପାତ୍ର, ପ୍ରବୀର ପାଢ଼ୀ, ଅଜୟ ବାରିକି ପ୍ରମୁଖ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.