oom

ଅଙ୍ଗନଦୀ ସ୍ରୋତରେ ଭାସିଯାଇଥିବା ଛାତ୍ରଙ୍କୁ ଉଦ୍ଧାର କରି ସମ୍ବର୍ଦ୍ଧିତ ହେଲେ ୩ ଛାତ୍ର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମହୁଳପାଲି ଅଙ୍ଗନଦୀରେ ଗତ ରବିବାର ଦିନ ସକାଳେ ଗାଧୋଇବା ସମୟରେ ମଝି ପାଣି ସ୍ରୋତରେ ଭାସି ଯାଉଥିବା ଛାତ୍ରଙ୍କୁ ୩ ଜଣଛାତ୍ର ଉଦ୍ଧାର କରି ଜୀବନ ବଞ୍ଚାଇଥିବାରୁ ଟାଉନ୍ କ୍ଲବ ତରଫରୁ ଉକ୍ତ ୩ ଜଣ ଛାତ୍ରଙ୍କୁ ଘଟଣାର ସ୍ମୃତି ଉଦ୍ଧେଶ୍ୟରେ ଗୋଟିଏ ଲେଖାଏଁ ବୃକ୍ଷ ଓ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ରବିବାର ଦିନ ସ୍କୁଲ ଛୁଟି ଥିବାରୁ ମହୁଳପାଲି ଗ୍ରାମର ୪ ଜଣ ସାଙ୍ଗ ସୁରଜ ବାଗ(୧୪) ଓ ସୁଶାନ୍ତ ଭଏଁସାଲ ଆକାଶ (୧୫) ଦୁଇଜଣ ସାଙ୍ଗ ଗାଁ ଅଙ୍ଗନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସୁରଜ ବାଗ ମଝି ନଈରେ ଭାସି ଯାଉଥିବାଦେଖି ସୁଶାନ୍ତ ବଞ୍ଚାଇବାକୁ ଉଦ୍ୟମ କରି ନିଜେ ମଧ୍ୟ ଭାସି ଯାଉଥିଲେ ଏହି ସମୟରେ ୨ ଜଣ ସାଙ୍ଗ ସୋମ ସ୍ୱସ୍ତିକ ବରିହା (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀର ଛାତ୍ର) ଓ ଯୋଗେଶ କୁମାର ସାହୁ(ଜିଷ୍ଟ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର) ଗାଧୋଇବାକୁ ଯାଇଥିବା ବେଳେ ଉକ୍ତ ଘଟଣାକୁ ଠଉରେଇ ନେଇ ଦେଖିଲେ ଏବଂ ତୁରନ୍ତ ୨ ଜଣ ପାଣିକୁ ଡିଆଁମାରି ନିଜ ଜୀବନକୁ ବାଜି ଲଗାଇ ମଝି ନଈରୁ ଛାତ୍ରକୁ ଉଦ୍ଧାର କରିଛନ୍ତି । ଏହି ଖବର ପ୍ରଚାର ହେବା ପରେ ଉଦ୍ଧାରକାରୀ ୩ ଜଣଙ୍କୁ ପଦ୍ମପୁର ଟାଉନ୍ କ୍ଲବ ସଭାପତି ତଥା ଯୁବନେତା ପ୍ରିତେଶ ବହିଦାରଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉଦ୍ଧାର କରିଥିବା ୩ ଜଣ ଛାତ୍ରଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଦିଆଯାଇ ତାଙ୍କ ମନୋବଳ ବାଢାଯାଇଛି । ଟାଉନ୍ କ୍ଲବର ଏହି କାର୍ଯ୍ୟକ୍ରମରେ ଅଶୋକ କୁମାର ମିଶ୍ର, କୁନାଲ ପାଣିଗ୍ରାହୀ, ସରପଞ୍ଚ ପ୍ରତିନିଧି ସୁନୀଲ ବେହେରା, ସମିତି ସଭ୍ୟ ମୁରଲୀ ସାହୁ, ଆଇନଜୀବୀ ହରି ସିଂ, ବରିଷ୍ଠ ସାମ୍ବାଦିକ ବିଜୟ ସାହୁ, ନରେଶ ସୁନ୍ଦର ସାହୁ, ଅମିତ ଗର୍ଗ, ଦୀନେଶ ବାରିକ, ଅଖିଳ ପଟନାୟକ, ସୋମେଶ ମହାନ୍ତି, ସୁରେଶ ସାହୁ, ସୁରଜ ସୁନା କ୍ଲବ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.