ଗୁଲାମୁଲା ବୁହି ନେଲେ ଚୋର୍ ୧୪ ବସ୍ତା ଚଉଲ୍

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଇସ୍କୁଲରେ ଛୁଆମାନେ ଖାଏବେ ବଲି ସରକାର ଜୁଗେଇ ଦେଉଛନ୍ ଚାଉଲ୍ । ପଢି ଆଏଲା ଛୁଆମାନେ ବଡା ଗହଗହ ଥି ବେଲା କେ ଖାଉଛନ୍ ମିଲ୍ । ହେଲେ ଏନ୍‌ତା ଗୁଟେ ଘଟନା ଘଟିଛେ ବଲାଙ୍ଗିର ସଦର ବ୍ଲକ ରିନବଚନ ଗାଁର ଏମ୍‌ଇ ସ୍କୁଲ୍ ଥି । ରଏବାର୍ ଛୁଟି ଦିନ୍‌ ଥିଲା ସମାର୍ ଦିନର୍ ସକାଲୁ ହେଡ୍ ମାଷ୍ଟର୍ ବିନୋଦ କୁମାର ଷଡଙ୍ଗୀ ଆଗିଆଁ ଆସିକରି ଗୁଦାମ୍ ଘରର୍ ଟାଏଟ୍ ଖୁଲବା କେ ଗଲାବେଲକେ ଟାଏଟ୍ ମେଲା ଥିବାର୍ ଦେଖିଥିଲେ । ଭିତର୍ କେ ଯେଇକରି ଦେଖଲା କେ ଗୁଲାମୁଲା ୧୪ ପାକିଟ୍ ଚାଉଲ୍ ବୁହି ନେଇଛନ୍ ଚୋର୍ ଆର୍ ଛାଡି ଯେଇଛନ୍ ଅଧା ଥିବାର୍ ଗୁଟେ ଚଉଲ୍ ବସ୍ତା । ଇ ଦୁରୁଶ ଦେଖଲା ଘଡି ସଦରଥାନା ବଲାଙ୍ଗିର କେ ଫୁନ୍ କରି ଜନାଲେ । ପୁଲିସ୍ ଟିମ୍ ଆସିକରି ତଦନ୍ତ ଜାରି ରଖିଥିବାର ଜନାଯେଇଛେ । ପାଖର ଆଖର ସିସିଟିଭି କେ ନଜର୍ ଦେଉଥିବାର୍ ଜନାପଡିଛେ । ଏନ୍‌ତା ଗୁଟେ ଚୋରି ଘଟନା ଶୁନିକରି ସଭେ ଯାକର୍ ଶେଷେ କାହିଁ ନି ପାଏଲେ ଛୁଆ ଲୁକର୍ ଖାଏଲା ଦରବ୍ କେ ବି ନାଇଁ ଛାଡଲେ ଚୋର୍ ବଲି ହୁଆହୁଟା ହେଉଛନ୍ । ଚୋର୍‌କେ ପଗଡି କରି ଉଚିତ୍ ନିଏ ମିଲୁ ବଲି ହେଡ୍ ଆଗିଆଁ ବିନୋଦ କୁମାର ଷଡଙ୍ଗୀ କହିଛନ୍ ।

Leave A Reply

Your email address will not be published.